ପୃଥକ ପୃଥକ ଦୁର୍ଘଟଣାରେ ଜଣେ ମୃତ ; ୨ ଗୁରୁତର

0
393

ଭଞ୍ଜନଗର (ନିଲୁ ବିଷୋୟୀ ) ଭଞ୍ଜନଗର ଥାନା ଅଧିନ ଶାଳୁଆପଲ୍ଲୀ ମୁଖ୍ୟ ସଡକ ରେ ରବିବାର ସକାଳ ସମୟରେ ଏକ ଅଜଣା ଗାଡି ଧକ୍କାରେ ଗାଙ୍ଗପୁର ଥାନା ଲୁଦୁଲୁଦି ଗ୍ରାମର ପଞ୍ଚୁସ୍ୱାଇଁ (୬୫)ଙ୍କ ମୃତ୍ୟୁ ଘଟିଛି। ସେ କୌଣସି କାମରେ ସାଇକେଲ ଯୋଗେ ଶନିବାର ରାତିରେ ଶାଳୁଆପଲ୍ଲୀ ଗ୍ରାମକୁ ଯାଇ ରବିବାର ସକାଳୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣା ସ୍ଥଳରେ ସେ ଗୁରୁତର ଭାବେ ଆହତ ହୋଇ ମୃତ୍ୟୁ ବରଣ କରିଥିଲେ। ଖବର ପାଇ ଭଞ୍ଜନଗର ପୋଲିସ ପହଂଚି ମୃତ ଦେହ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ ରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏ ନେଇ ୭୮/୨୧ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି। ସେହିପରି ଭଞ୍ଜନଗର ବନ ବିହାର ନିକଟରେ ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରଲର କୁ ଭାରସାମ୍ୟ ହରାଇ ଏକ କାର ଧକ୍କା ଦେବା ଫଳରେ କାରରେ ବସିଥିବା ଦୁଇବନ୍ଧୁ ଭୋଳାନାଥ ରାୟଗୁରୁ (୨୯) ଓ ଅମିତ କୁମାର ନାୟକ (୨୯) ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟ କୌଣସି କାମରେ ମୁଜାଗଡ଼ ପଟୁ କାର ରେ ଫେରୁଥିବା ବେଳେ ବନ ବିହାର ନିକଟରେ କାରଟି ଭାରସାମ୍ୟ ହରାଇ ଠିଆ ହୋଇଥିବା ଟ୍ରଲର କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଉଭୟଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବା ଉଭୟଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here