ଗ୍ରାମ୍ୟ ବନ ସହାୟକ ଓ ସହାୟିକା ଙ୍କ ପ୍ରଶିକ୍ଷଣ ଶିବିର

0
365

ଭଞ୍ଜନଗର(ନିଲୁ ବିଷୋୟୀ) ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିନ ବଡ଼ଗଡ଼ ବନାଞ୍ଚଳ କ୍ଷେତ୍ର ପରିଚାଳନା ଏକକ ଅଧିନସ୍ଥ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ରେ ନିୟୋଜିତ ହୋଇଥିବା ଗ୍ରାମ୍ୟ ବନ ସହାୟକ ଓ ସହାୟିକା ଙ୍କ ଲାଗି ପ୍ରକଳ୍ପ ସମ୍ବନ୍ଧୀୟ ପ୍ରଶିକ୍ଷଣ ଶିବିର ଖାରିଗୁଡା ଚାରା ଉପାଦାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।କାଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା ଉଦଘାଟନ କରିଥିଲେ। ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ ,ସଂକର୍ଷଣ ବେହେରା ସଂମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଶିକ୍ଷାଥି ମାନଙ୍କୁ ଦାୟିତ୍ୱ, କର୍ତ୍ତବ୍ୟ ଓ ପ୍ରକଳ୍ପ ପରିଚାଳନା ସମ୍ବନ୍ଧୀୟ ଦୀଗଦର୍ଶନ ଦେବା ସହ ଉତ୍ସାହିତ କରିଥିଲେ। ବନଖଣ୍ଡ ଅଧିକାରୀ ଶ୍ରୀ ବେହୁରା ପ୍ରକଳ୍ପ ମାଧ୍ୟମରେ ଆଗାମୀ ଦିନରେ ବଡ଼ଗଡ଼ ବନାଞ୍ଚଳରେ କରାଯିବାକୁ ଥିବା ବିଭିନ୍ନ କାଯ୍ୟ ଯଥା ଚାରା ଉପାଦାନ,ବୃକ୍ଷ ରୋପଣ, ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା, ସ୍ୱୟଂ ସହାୟକ ଗୋଷ୍ଠୀର ବିକାଶ ଓ ଅନ୍ୟାନ୍ୟ ସରକାରୀ ବିଭାଗ ସହ ଯୋଗସୂତ୍ର ରକ୍ଷା କରି ଗ୍ରାମୀଣ ବିକାଶ କାଯ୍ୟକୁ ରୂପାୟନ କରାଯିବା ନେଇ ଆଲୋକପାତ କରିଥିଲେ। ବିଷୟବସ୍ତୁ ବିଶେଷଜ୍ଞ ଶୁଭ୍ରକାନ୍ତ ମିଶ୍ର, ଶୋଭନ ପଟ୍ଟନାୟକ, ପ୍ରକଳ୍ପ ସଂଯୋଜକ କରୁଣାକର ବାରିକ ଓ ସଞ୍ଜିତା ମହାରଣା ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଶିବିରକୁ ଅଂଶୁମାନ ଶତପଥି, ସମୀର କାନ୍ତ ପାତ୍ର, ସୁଶାନ୍ତ ବିଷୋୟୀ, ବଂଶୀଧର ପ୍ରଧାନ,ସୁଦର୍ଶନ ମିଶ୍ର, ସୀମାଞ୍ଚଳ ଜେନା,ରାଜେନ୍ଦ୍ର ଗୌଡ଼,ଦଣ୍ଡପାଣି ଶବର,ଲିପିକା ଅନୁଷ୍ଠାନର ଭାଗିରଥି ପ୍ରଧାନ, ଉଚିତ କରାଡ଼ ପ୍ରମୁଖ ଯୋଗ ଦେଇ ଭାଗନେବା ସହ ଶିବିରରେ ସହଯୋଗ କରିଥିଲେ

LEAVE A REPLY

Please enter your comment!
Please enter your name here