ସଙ୍ଗରୋଧ ଗୃହରେ ସୁରାଟ ଫେରନ୍ତାଙ୍କ ମୃତ୍ୟୁ l

0
717

ପୋଲସରା(/ନ୍ୟୁଜ ଏକ୍ସଟ୍ରା/ରତ୍ନାକର ସାହୁ):ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ଢୁଙ୍କାପଡା ଗୁପ୍ତେଶ୍ଵର ନୋଡାଲ ବିଦ୍ୟାପୀଠ ସଙ୍ଗରୋଧ ଗୃହରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ହଠାତ ମୃତ୍ୟୁ ଘଟିଥିବା ଜଣାପଡିଛି l ମୃତବ୍ୟକ୍ତି ଜଣକ ହେଲେ ପୋଲସରା ଥାନା ଅନ୍ତର୍ଗତ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ ବେହେରା (44) l ପ୍ରାପ୍ତ ସୂଚନା ଅନୁଯାୟୀ ସେ ଅନ୍ୟମାନଙ୍କ ସହ ଗତ ଦୁଇ ତିନି ଦିନତଳେ ସୁରାଟରୁ ଫେରି ଢୁଙ୍କାପଡା ସଙ୍ଗରୋଧ ଗୃହରେ ଥିଲେ l ଆଜି ମଧ୍ୟାହ୍ନ ଭୋଜନ ସମୟରେ ହାତରେ ଥାଳିଧରି ଖାଉଥିବା ସମୟରେ ହଠାତ ଟଳି ପଡିଥିଲେ l  ପୂର୍ବରୁ ତାଙ୍କ ସ୍ଵାସ୍ଥ୍ୟବସ୍ଥା  ଖରାପ ଥିବାରୁ ସ୍ଵାସ୍ଥ୍ୟ ଯାଞ୍ଚ କରିବା ପାଇଁ ଆମ୍ବୁଲାନ୍ସ ଡକାଯାଇଥିଲା । ହେଲେ ତାପୂର୍ବରୁ ସେ ମୃତ୍ଯୁ ବରଣ କରିଥିଲେ l ମୃତ ପ୍ରଫୁଲଙ୍କ ଚାରୋଟି ଝିଅ ଥିବାବେଳେ ସେ ଅତି ଗରିବ ଶ୍ରେଣୀର ବୋଲି ଜଣାପଡିଛି l ଖବରପାଇ ପୋଲସରା ଥାନା ଅଧିକାରୀ ସଦଳବଳେ ପହଞ୍ଚିଥିବା ବେଳେ ଛତ୍ରପୁର ଉପଜିଲ୍ଲାପାଳ ,ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ,ସ୍ଥାନୀୟ ବିଡ଼ିଓ ,ତହସିଲଦାର ପହଞ୍ଚି ଅନୁଧ୍ୟାନ କରୁଛନ୍ତି l ପରୀକ୍ଷା ଓ ପୋଷ୍ଟମର୍ଟାମ ପରେ ମୃତ୍ୟୁ କାରଣ ଜଣାପଡିବ ବୋଲି ସୂଚନା ମିଳିଛି l 

LEAVE A REPLY

Please enter your comment!
Please enter your name here