ଆସନ୍ତାକାଲି ଠାରୁ ଭଞ୍ଜନଗର ଉପଖଣ୍ଡ ରାଜସ୍ୱ କ୍ରିକେଟ ଲିଗ

0
409

ଭଞ୍ଜନଗର ( ନିଲୁ ବିଷୋୟୀ) ଭଞ୍ଜନଗର ଉପଖଣ୍ଡ ପ୍ରଶାସନର ୮ଟି ତହସିଲ କୁ ନେଇ ଆସନ୍ତା କାଲି ଆରମ୍ଭ ହେବ ଭଞ୍ଜନଗର ଉପଖଣ୍ଡ ରାଜସ୍ୱ କ୍ରିକେଟ ଲିଗ । ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଖେଳ ପଡିଆ ଠାରେ ଏହା ଆୟୋଜିତ ହେବ। ଏଥିରେ ଉପଖଣ୍ଡର ୮ଟି ତହସିଲର ଆଠ ଟି ଟିମ ଯଥା ଭଞ୍ଜନଗର କ୍ରିଜ ହୋଣ୍ଟର୍ସ ,ବେଲଗୁଣ୍ଠା ବ୍ଲାଷ୍ଟର
ଭିକ୍ଟୋରିୟସ ,ଯୋଗା ଜଗନ୍ନାଥପ୍ରସାଦ,
ଆସ୍କା ସ୍ମାସର,ରୟାଲ ୱାରିୟର ସୋରଡ଼ା,
ଧରାକୋଟ ଡେରଡେଭିଲ, ସିଂଘମ ଶେରଗଡ,ବଳଦେବ ଜୀଉ କ୍ରିକେଟ ଟିମ ବୁଗୁଡ଼ା ପ୍ରମୁଖ ଭାଗ ନେବେ। ପ୍ରତି ଦଳରେ ତହସିଲ, ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମଚାରୀ ମାନଙ୍କୁ ନେଇ ଟିମ ଗଠନ କରାଯାଇଛି। ସମସ୍ତ ଲିଗ ମ୍ୟାଚ 10 ଓଭର ଲେଖାଏଁ ଖେଳାଯିବ ଏବଂ ସେମିଫାଇନାଲ ଫାଇନାଲ 12 ଓଭର ଲେଖାଏଁ ଖେଳାଯିବା ସହ ଟୁର୍ନାମେଣ୍ଟ ର ସମସ୍ତ ମ୍ୟାଚ ନକ ଆଉଟ ରହିବ। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କ ପ୍ରତ୍ୟକ୍ଷତତ୍ୱବଧାନ ରେ ଏହି ଲିଗ ଅନୁଷ୍ଠିତ ହେଉଛି। ଭଞ୍ଜନଗର କ୍ରିଜ ହୋଣ୍ଟର୍ସ ଘୁମୁସର ଟିମ ର ଅଧିନାୟକ ଅଛନ୍ତି ଖୋଦ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ। କ୍ରିକେଟ ଲିଗ କୁ ସଫଳ କରିବା ପାଇଁ ଶୁକ୍ରବାର ଅପରାହ୍ନରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କଲେଜ ଖେଳ ପଡିଆ ପରିଦର୍ଶନ କରିବା ସହ ଭିର୍ତିଭୂମି ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, କଲେଜ ଅଧ୍ୟକ୍ଷ ଡ଼.ସୁବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। କାଯ୍ୟକ୍ରମ କୁ ଜଙ୍ଗଲ,ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିବାର କାଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here