ବୁଢାକେନ୍ଧୁ ଜଙ୍ଗଲରୁ ଦୁଇ ଗଳିତ ମୃତଦେହ ଉଦ୍ଧାର।

0
383

ଭଞ୍ଜନଗର(ନିଲୁ ବିଷୋୟୀ ) ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଉଦ୍ଧାର କଲା ପୋଲିସ । ଜଣେ ଯୁବତୀର ମୃତଦେହ ଚୁନିରେ ବନ୍ଧା ହୋଇଥିବା ଅବସ୍ଥାରେ ଗଛରେ ଝୁଲୁଥିବା ବେଳେ ଅନ୍ୟ ଜଣଙ୍କ ଶବଟି ତଳେ ପଡି ନଷ୍ଟ ହୋଇଯାଇଛି।ଦୁଇ ଗଳିତ ଶବର ବର୍ତ୍ତମାନ ସୁଦ୍ଧା ପରିଚୟ ଜଣାପଡିନାହିଁ।ଜଙ୍ଗଲରେ ନିଆ ଲାଗିଯାଇଥିବାରୁ ଜଣକ ମୃତଦେହଟି ନିଆଁ ରେ ପୋଡି ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।ତଳେ ପଡିଥିବା ଖପୁରୀ ଓ ହାଡକୁ ଦେଖିଲେ ଯୁବକ ହୋଇଥିବା ଅନୁମାନ କରୁଛି ପୋଲିସ।ଆଜି ସକାଳୁ ବନ ବିଭାଗ କର୍ମଚାରୀ ମୃତଦେହ ଦେଖି ଗାଙ୍ଗପୁର ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ଓ ବନବିଭାଗ କର୍ମଚାରୀ ପହଂଚି ତଦନ୍ତ ଚଳାଇଛନ୍ତି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଜଣାପଡିନାହିଁ। ସାଇଣ୍ଟିଫିକ ଟିମ୍ ଆସି ଅନୁଧ୍ୟାନ କରିବା ପରେ ଗଳିତ ମୃତଦେହ ଦ୍ବୟକୁ ବ୍ୟବଛେଦ ନମନ୍ତେ ବ୍ରହ୍ମପୁର ଏଫ୍ଏମ୍ଟିକୁ ପଠାଯିବ । ଏନେଇ କେସ୍ ନମ୍ବର ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।

LEAVE A REPLY

Please enter your comment!
Please enter your name here