ବେଆଇନ ଚୋରା ମଦ ଆଡ୍ଡା ଉପରେ ବେଗୁନିଆପଡା ପୁଲିସର ଚଢ଼ାଉ;୩ ଗିରଫ

0
566

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଅଞ୍ଚଳରେ ବେଆଇନ ଚୋରା ମଦ ବେପାରୀଙ୍କ ନିଦ ହଜାଇଦେଇଛି ସ୍ଥାନୀୟ ପୁଲିସ l ବେଆଇନ ମଦ ଆଡ୍ଡା ଉପରେ ଘନ ଘନ ଚଢ଼ଉକରି ଚୋରା ମଦ କାରବାର ଉପରେ ଅଙ୍କୁଶ ଲଗାଇଥିବା ବେଗୁନିଆପଡା ପୁଲିସକୁ ମିଳିଛି ଆଉଏକ ସଫଳତା l  ସୋମବାର ସନ୍ଧ୍ୟାରେ ମୁଣ୍ଡୁଳା, ଚନ୍ଦନପୁର ଓ ପଳାସପଲ୍ଲୀ  ଠାରେ ମଦ ଆଡ୍ଡା ଚାଲିଥିବା ଖବର ପାଇ ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଚଢ଼ଉକରି ଯଥାକ୍ରମେ ପାଣ୍ଡା ଗୌଡ଼, ରାମକୃଷ୍ଣ ମହାନ୍ତି ଓ ଇନ୍ଦ୍ରଜିତ ନାହାକଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧୦୮୦ ଲିଟର ଦେଶୀ ମଦ ଓ ଏକ ନୀଳରଙ୍ଗର ଆପାଚି ବାଇକ (OD07Z5508) ଜବତ କରିଛନ୍ତି l ସମସ୍ତଙ୍କୁ କେସ ନଂ ୧୨୧, ୧୨୨ ଓ ୧୨୩ ରେ କୋର୍ଟ ଫରୱାର୍ଡ଼ କରାଯାଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here