ବ୍ରହ୍ମପୁର()କୋଦଳା ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ ଚନ୍ଦ୍ର ମହାପାତ୍ର ଙ୍କ ବୁଧବାର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି ।ସେ ସଭିଙ୍କ ବାପ ଭାବେ ପରିଚିତ ଥିବା ବେଳେ ଜଣେ ପ୍ରବାଦ ପୁରୁଷ, ମହାନ ବ୍ୟକ୍ତିତ୍ୱ,ଅମ୍ଳାନ ଚରିତ୍ରବାନ,ବିଚକ୍ଷଣ ପ୍ରତିଭାର ଅଧିକାରୀ ଥିଲେ। କରୁଣା, ତ୍ୟାଗ,ତପସ୍ୟା ର ପରାକାଷ୍ଠା,ସଚୋଟ ତଥା ନିଷ୍କାମ କର୍ମଯୋଗୀ ଓ ଏକାଧାରରେ ଗଣିତଜ୍ଞ,ବିଜ୍ଞାନୀ,ସାହିତ୍ୟିକ,ସମ୍ବାଦ ପରିବେଶକ, ହୋମିଓପାଥି ଡାକ୍ତର, ମେଡାଲ ପ୍ରାପ୍ତ ଖେଳାଳି ଏବଂ ଅନେକ ବିରଳ ପ୍ରତିଭାର ଅଧିକାରୀ।ଏତେ ମହାନ ହୋଇ ବି ବାତ୍ସଲ୍ୟତା ତାଙ୍କ ଠାରେ ଗଙ୍ଗା ର ନିରବୀରତ ସ୍ଵଛ ଜଳ ସଦୃଶ ଅବିରତ ପ୍ରବାହିତ ହେଉ ଥାଏ।ତାଙ୍କର ସାନିଧ୍ୟରେ ଆସି ତାଙ୍କର ଆଶୀର୍ବାଦ ପ୍ରାପ୍ତ କରି ଥିବାରୁ ଆମେ ନିଜକୁ ଧନ୍ୟ ମନେ କରୁଅଛୁ।ଏପରି ଏକ ବ୍ୟକ୍ତିତ୍ୱ ଏ ଯୁଗରେ ବିରଳ, ଦୁର୍ଲଭ ବୋଲି କୁହାଯାଇଛି । ଦ୍ଵିତୀୟ ପୁଣ୍ୟ ତିଥୀ ଅବସର ଉପଲକ୍ଷେ ତାଙ୍କର ମହାନ ଆତ୍ମାଙ୍କୁ ଅଶ୍ରୁଳ ଏବଂ ଭାବବବିହ୍ଵଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ଅମରଆତ୍ମାର ସଦଗତୀ ପାଇଁ ପ୍ରାଥନା କରାଯାଇଥିଲା । ସେହିପରି ବିଶ୍ଵବ୍ରହ୍ମାଣ୍ଡ ର ଆକାଶଗଙ୍ଗା ରେ ସେ ତେଜସ୍ୱି ନକ୍ଷତ୍ର ସଦୃଶ ଆମକୁ ତାଙ୍କର ଜ୍ଞାନ ଓ କରୁଣାମୟ ଆଲୋକରେ ପୁଲକିତ କରନ୍ତୁ ବୋଲି ମତ ପ୍ରକାଶ କରାଯାଇଥିଲା । ଏ ଅବସରରେ ସରସ୍ଵତୀ ମହାପାତ୍ର , ରବିନାରାୟଣ ମହାପାତ୍ର, ବସନ୍ତ ମଞ୍ଜରୀ ମହାପାତ୍ର,, ଦୀପକ ଚାନ୍ଦ ମହାପାତ୍ର, ସସ୍ମିତା ମହାପାତ୍ର, ଶ୍ରେୟଂଶି ମହାପାତ୍ର, ପ୍ରଣବ କୁମାର ଦାସ, ଧରିତ୍ରୀ ଦାସ, ଦେବାଂଶ ଦାସ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରାଯାଇ ସ୍ମୁତି ଚାରଣ କରାଯାଇଥିଲା ।