ରକ୍ତଦାନ କରି ରକ୍ତହୀନତା ରୋଗରେ ଆକ୍ରାନ୍ତ ମହିଳାଙ୍କ ଜୀବନ ବଞ୍ଚାଇଲେ ସନାତନ

0
401

ଭଞ୍ଜନଗର:ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲରେ ଗୁରୁତର ରକ୍ତହୀନତା ଅବସ୍ଥାରେ ଗତ ସୋମବାର ଠାରୁ ଭର୍ତ୍ତି ହୋଇଛନ୍ତି ରୁଢ଼ାପଦର ଗ୍ରାମର ପ୍ରକାଶ ମଳିକ ଙ୍କ ସ୍ତ୍ରୀ ସଂସ୍ମିତା ମଳିକ। ରକ୍ତହୀନତା ରୋଗରେ ଆକ୍ରାନ୍ତ ହେବା ସହ ହିମୋଗ୍ଲୋବିନ୍ ବହୁତ କମ୍ ରହିଥିବାରୁ ତୁରନ୍ତ ସସ୍ମିତା କୁ ଙ୍କୁ ତିନି ୟୁନିଟ୍ ‘ଏ’ ପଜିଟିଭ୍ ରକ୍ତଦେବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପରିବାର ବର୍ଗ ବହୁ ଖୋଜାଖୋଜି କରିବା ପରେ ୨ ୟୁନିଟ ବ୍ଲଡ଼ ସଂଗ୍ରହ କରି ଦେଇଥିଲେ। ଆଜି ଗୁରୁତ୍ୱପୂର୍ଣ୍ଣ ୩ୟ ୟୁନିଟ ବ୍ଲଡ଼ର ଆବଶ୍ୟକତା ରହିଥିବା ବେଳେ ପରିବାର ବର୍ଗ ଚେଷ୍ଟା କରି ବିଫଳ ହେବା ପରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ବିପଦର ବନ୍ଧୁର ସଦସ୍ୟ ଅରକ୍ଷିତ ପରିଛାଙ୍କ ଠାରୁ ଖବର ପାଇ ସାମ୍ବାଦିକ ନିଲୁ ବିଷୋୟୀ ଙ୍କ ସହଯୋଗରେ ଯୋଗୀମାରି ଗ୍ରାମର ସନାତନ ବିଷୋୟୀ ଭଞ୍ଜନଗର ମେଡ଼ିକାଲ ପରିସରରେ ଥିବା ଓଡ଼ିଶା ରକ୍ତ ଭଣ୍ଡାରରେ ପହଂଚି ସ୍ବେଚ୍ଛା‌କୃତ ଭାବେ ରକ୍ତଦାନ କରିଥିଲେ। ଏହା ପରେ ରକ୍ତ ହୀନତା ରେ ଆକ୍ରାନ୍ତ ଥିବା ମହିଳାଙ୍କୁ ରକ୍ତ ଦିଆଯାଇଥିଲା। ମହିଳାଙ୍କ ସ୍ୱାମୀ ପ୍ରକାଶ ମଳିକ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ। ସନାତନ ମଧ୍ୟ ଜୀବନରେ ପ୍ରଥମ ଥର ରକ୍ତ ଦାନ କରିଥିବା ବେଳେ ତାଙ୍କର ଏଭଳି ମହାନ ଉଦ୍ୟମ ନିଶ୍ଚିତ ଭାବେ ନୂତନ ରକ୍ତଦାତା ଙ୍କୁ ପ୍ରେରଣା ଯୋଗାଇବ

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here