ଧୁମଧାମରେ ପାଳିତ ହେଲା ରଜ ଯାତ୍ରା

0
389

କୁକୁଡ଼ାଖଣ୍ଡି:ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଳକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ମା ଗ୍ରାମଦେବତୀଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ଧୁମଧାମରେ ପାଳିତ ହେଲା ରଜ ଯାତ୍ରା ।ଏହି ଯାତ୍ରା କେବଳ କୃଷକ ମାନଙ୍କ ହିତ ସକାଶେ ବହୁ ପୂର୍ବରୁ ପ୍ରତ୍ୟେକ ବର୍ଷ ରଜସଂକ୍ରାନ୍ତୀରେ ମା ଗ୍ରାମ ଦେବତୀଙ୍କ ପୀଠରେ ପାଳିତ ହୋଇ ଆସୁଛି ।କିନ୍ତୁ ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କରାଳ ତାଣ୍ଡବ ଯୋଗୁଁ ମା’ଙ୍କ ପୀଠରେ ଯାତ୍ରା କେବଳ ନୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ମା’ଙ୍କୁ ମନ୍ଦିର ଚତୁପାର୍ଶ୍ବରେ ବେଢ଼ା ପରିକ୍ରମା କରି ସମାପ୍ତ କରାଯାଉଥିଲା । କିନ୍ତୁ ଚଳିତ ବର୍ଷ କରୋନା ହଟିଥିବାରୁ ଯାତ୍ରାକୁ ମହାଆଡ଼ମ୍ବର ସହକାରେ ପାଳନ କରିବାକୁ ଗ୍ରାମ୍ୟ କମିଟି ଆଗଭର ହୋଇଥିଲେ । ରଜ ସଂକ୍ରାନ୍ତି ଦିନ ମା’ଙ୍କ ପୀଠରେ ଦେବନୀତି କାର୍ଯ୍ୟ ସହ ସକାଳ ଧୂପ,ମଧ୍ୟାହ୍ନ ଭୋଗ ପରେ ଅପରାହ୍ନରେ ଘୃତଯଜ୍ଞ ଆରମ୍ଭ ହୋଇ ସନ୍ଧ୍ୟାରେ ପୂର୍ଣ୍ଣାହୁତି ହୋଇଥାଏ । ଘୃତ ଯଜ୍ଞରେ ଗ୍ରାମର ବି.ବିଶ୍ବନାଥ ପାତ୍ର କର୍ତ୍ତା ରୂପେ ଯୋଗ ଦେଇଥିବା ବେଳେ ପୁରୋହିତମାନେ ହୋମ ଯଜ୍ଞରେ ଭାଗ ନେଇ ପୁର୍ଣାହୁତି କରିଥିଲେ । ସନ୍ଧ୍ୟାରେ ସନ୍ଧ୍ୟାଧୂପ, ସନ୍ଧ୍ୟା ଆଳତି ଭୋଗରାଗ ପରେ ମା’ଙ୍କ ଘଟକୁ ଗ୍ରାମ ପରିକ୍ରମା ନିମନ୍ତେ ବିଭିନ୍ନ ପଟୁଆରରେ ତଥା ଘଣ୍ଟସ୍ଥଳ,ପରଭା,ବାଘଷଣ୍ଢ, ଘୋଡ଼ା ନାଚ, ସିଙ୍ଘ ବାଦ୍ୟ, ଦଶଅବତାର, ବାଡ଼ିଆଖଡ଼ା ଆଦି ବିଭିନ୍ନ ପ୍ରକାର ବେଶଭୂଷାରେ ହଜାର ହଜାର ଭକ୍ତଙ୍କ ସମାଗମରେ ଅତ୍ୟାଧୁନିକ ଆଲୋକ ସାଜସଜ୍ଜାରେ ଗ୍ରାମର ସମସ୍ତ ସାହି ଗଳି କନ୍ଦି ପରିକ୍ରମା କରାଯାଇଥିଲା । ମା’ଙ୍କ ଘଟ କେବଳ ଗୋଟେ ଦିନ ପାଇଁ ଗ୍ରାମ ପରିକ୍ରମା କରିବା ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ମା ’ ପ୍ରତ୍ୟେକସାହି ପରିକ୍ରମା କରିବା ହେତୁ ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ , ସାଂସ୍କୃତିକ ଚିନ୍ତାଧାରାକୁ ପାଥେୟ କରି ଆନନ୍ଦ ଉଲ୍ଲାସରେ ନିଜ ନିଜ ସାହିରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ମା’ଙ୍କ ପିଠ ନିକଟରେ ମନ୍ଦିର କମିଟି ପକ୍ଷରୁ ପୌରାଣିକ ନାଟକ ରଜାନାଟକ ଲୋକଙ୍କୁ ବେଶ ଆକର୍ଷିତ କରିପାରିଥିଲା ।ସେହିଭଳି ଗ୍ରାମର ବଡ଼ ଦାଣ୍ଡ ଓ ଭଣ୍ଡାରୀ ସାହିରେ ମହାଭାରତ, ସନ୍ତୋସି ନଗର,ହରିଜନ ସାହି, ଧୋବା ସାହି ଓ ନୂଆ ନେତାଜୀ ନଗରରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା।ସେହିଭଳି କୁମ୍ଭାର ସାହି, ଗୋଲା ସାହିରେ ଭାରତଲୀଳା ପରିବେଷିତ ହୋଇଥିବା ବେଳେ ନେତାଜିନଗରରେ ଲକ୍ଷ୍ମୀ ପୁରାଣ ପରିବେଷିତ ହୋଇଥିଲା ।ରଜ ଯାତ୍ରାରେ ଜଗଦଳପୁର ଗ୍ରାମର ଯୁବ ଗୋଷ୍ଠୀଙ୍କ ଦ୍ଵାରା ସାମାଜିକ ଅପେରା ନାଟକ “ମୁଁ ଭଦ୍ରୀକିଆ ଟୋକା” ଇତ୍ୟାତି ପରିବେଶିତ ହୋଇଥିଲା । ଏହି ସାମାଜିକ ନାଟକ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିପାରିଥିଲା ।ଏହି ଯାତ୍ରା ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା ବେଳେ ଏହାକୁ ଉପଭୋଗ ପାଇଁ ଆଖପାଖ ଅଞ୍ଚଳର ହାଜର ହଜାର ଶ୍ରଦ୍ଧାଳୁ ଭକ୍ତଗଣଙ୍କ ସୁଅଛୁଟିଥିଲା ।ସଦର ଏସ୍‌ଡ଼ିପିଓ ଶିବ ଶଙ୍କର ମହାପାତ୍ର, ଥାନା ଅଧିକାରୀ ମହେନ୍ଦ୍ର ସାହୁ,ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା ପ୍ରମୁଖ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଗ୍ରାମରେ ମୁତୟନ ରହିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ । ଏହି ଯାତ୍ରାକୁ ଜଗଦଳପୁର ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀ, ସମିତିସଭ୍ୟ ବି. ରବିନ୍ଦ୍ର ପାତ୍ର,ଯାତ୍ରା କମିଟି ସଭାପତି ତଥା ପୂର୍ବତନ ସରପଞ୍ଚ ହାଡୁବନ୍ଧୁ ବେହେରା ,ପୂର୍ବତନ ସରପଞ୍ଚ ଏଲ୍.ପୁରୁଷୋତ୍ତମ ପାତ୍ର,ଡାକ୍ତର ସିଏଚ୍.ମନୋଜ କୁମାର ପାତ୍ର,ଏମ୍ ନାଗେଶ ପାତ୍ର,କେ.ଶ୍ରୀନିବାସ ପାତ୍ର,କେ.ଅମିତ ପାତ୍ର. ପି.ସୁରଜ ଦାସ,କେ.ବିନୋଦ,ସୁଭାଷ ପ୍ରଧାନ, ସୁଦର୍ଶନ ସାହୁ,ପି ସୁନୀଲ, ଏସ୍.ସନ୍ତୋଷ ପାତ୍ର,ବି.ସୁବାସ ପାତ୍ର, ନାରାୟଣ ପ୍ରଧାନ,ପି.ରବୀନ୍ଦ୍ର ଦାସ, ଏସ୍ ମନୋଜ କୁମାର ପାତ୍ର,ସିଏଚ୍ ମହେନ୍ଦ୍ର କୁମାର ପାତ୍ର,ଇ. ରଞ୍ଜନ,ସୀମାଞ୍ଚଳ ମହାରଣା,କେ.ବିଜୟ କୁମାର, ସୁଦର୍ଶନ ପାଢ଼ୀ,ଏ.କେଶବ ପାତ୍ର,ସତ୍ୟ ପାତ୍ର,ଶଙ୍କର ନାୟକ, ସିଏଚ୍ ରାମେୟା ପାତ୍ରଙ୍କ ସମେତ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଗ୍ରାମ୍ୟ କମିଟି ବୃନ୍ଦ ଓ ଯାତ୍ରା ପରିଚାଳନା କମିଟି ବୃନ୍ଦ ସହଯୋଗ କରୁଥିଲେ ।ଏହି ଯାତ୍ରାର ପ୍ରଥମ ଦିନରେ କୁକୁଡ଼ାଖଣ୍ଡି ବ୍ଳକ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ର ଯୋଗଦେଇ ମା’ଙ୍କ ଆଶୀଷ ଭିକ୍ଷା କରିବା ସହ ସମସ୍ତଙ୍କୁ ରଜ ଉପଲକ୍ଷେ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here