ଦେବରାଜ ସହୁ ମେମୋରିଆଲ୍ ଅନ୍ତଜିଲ୍ଲା ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଘାଟିତ

0
355

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ବେଲଗୁଣ୍ଠା ନିକଟସ୍ଥ ଡିମ୍ବିରିପଲ୍ଲୀ ଛକରେ ମାଆ ଡୁମାଣି କ୍ଲବ୍ ତରଫରୁ କନ୍ଧମାଳ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାର ବଛା ବଛା ଦଶଟି ଭଲିବଲ୍ ଟିମ୍ କୁ ନେଇ ଦେବରାଜ ସାହୁ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଘାଟିତ ହୋଇଯାଇଛି I ଏହି ଟୁର୍ଣ୍ଣାମେଣ୍ଟ୍ ରେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟ୍ କୁ ଉଦ୍‌ଘାଟନ କରିବା ସହିତ ସମସ୍ତ ଖେଳାଳୀ ଏବଂ ଆୟୋଜକ ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ କ୍ରୀଡ଼ା ଏବଂ ଜୀବନ ପରସ୍ପର ପରିପୂରକ ବୋଲି ସେ ମତ ପ୍ରକାଶ କରିଥିଲେ I 22 ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ୍ ର ଫାଇନାଲ୍ ମ୍ୟାଚ୍ ତିନି ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଦିଗପହଣ୍ଡି, ଖଲ୍ଲିକୋଟ ନିକଟ ବିକ୍ରମପୁର, ଵ୍ରହ୍ମପୁର ରୟାଲ୍ସି ସିକ୍ସ, ବାଲିଗୁଡା ନିକଟ ବାରଖମା,ଫୁଲବାଣୀ, ପାୱାର ସିକ୍ପ ,ଅଡବା, ଏମ୍.ଡି କ୍ଲବ୍, ସେମ୍ ସିକ୍ସ ଏବଂ ରାଇକିଆ ଭଳି ଦଶଟି ଟିମ୍ ଅଂଶଗ୍ରହଣ କରିଛନ୍ତି I ଏହାର ଉଦ୍ଘାଟନୀ ମ୍ୟାଚ୍ ରେ ଦିଗପହଣ୍ଡି ଟିମ୍ ବିକ୍ରମପୁର ଟିମ୍ କୁ ହରାଇ ଥିବାବେଳେ ଆଜିର ମ୍ୟାଚ୍ ରେ ବ୍ରହ୍ମପୁର ରୟାଲ୍ ସିକ୍ସ ଟିମ୍ ବାରଖମା ଟିମ୍ କୁ ହରାଇଛି I ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ବିଧାୟକ ଶ୍ରୀ ସ୍ୱାଇଁଙ୍କ ସମେତ ଆସ୍କା ସାଂସଦ ପ୍ରତିନିଧି ତଥା ରାଜ୍ଯ ବିଜେଡ଼ି ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ,ବ୍ଲକ ବିଜେଡି ସାଧାରଣ ସମ୍ପାଦକ ଏସ ରାମେଶ୍ୱର ପାତ୍ର, ତ୍ରିନାଥ ଗୋଛାୟତ, ଜିଲ୍ଳା ପରିଷଦ ସଭ୍ୟ ଅମିତ୍ କୁମାର ନାୟକ, ସରପଞ୍ଚ ଟୁକୁନା ସାମଲ୍, ଜି.ନୁଆଁଗାଆଁ ସରପଞ୍ଚ ସୁନିତା କୁମାରୀ ସାହୁ, ସମିତି ସଭ୍ୟ ମୁନା ପରିଡ଼ା, ବେଲଗୁଣ୍ଠା ଯୁବ ବିଜେଡ଼ି ସଭାପତି ରାଜେନ୍ଦ୍ର ସାହୁ, କୋକଳବା ସରପଞ୍ଚ ନିର୍ମଳ ଚନ୍ଦ୍ର ନାୟକ ,ରବିନ୍ଦ୍ରନାଥ୍ ପରିଡ଼ା ଓ ଅନ୍ୟାନ୍ୟ ମାନ୍ଯଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ I

LEAVE A REPLY

Please enter your comment!
Please enter your name here