ପୁଟୁରେ ଚବିଶ ପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ

0
326

ଧରାକୋଟ(କାଳୁ ଚରଣ ମହାପାତ୍ର)ଧରାକୋଟ ବ୍ଲକ ଅନ୍ତର୍ଗତ ପୁଟୁ ଗ୍ରାମ ରେ ଚବିଶ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି l ଗ୍ରାମର ସଭାପତି ଓ କମିଟି ବୃନ୍ଦ ଙ୍କ ସହଯୋଗ ରେ ଚବିଶ ପ୍ରହର ନାମ ଟି ତିନି ଦିନ ଧରି ଚାଲୁ ରହିଥିଲା l ପୁଟୁ, ନନ୍ଦୀଗୋର , ଜାହlଡା ସଂକୀର୍ତନ ପ୍ରହର ପ୍ରହର କରି ଚବିଶ ପ୍ରହର ରାମ ନାମ ଜପି ବହୁତ ଆଡ଼ମ୍ବର ସହିତ ଅର୍ଣ୍ଣ ଓ ନାମ ଯଜ୍ଞ ପାଳିତ ହୋଇ ଥିଲା l ନାମ କୀର୍ତନ ରେ କୁନି କୁନି କଳାକାର ମାନେ ମଧ୍ୟ୍ୟ ଭାଗ ନେଇ ଯଜ୍ଞ କୁ ଆହୁରି ରୋମାଞ୍ଚକ କରିଥିଲେ l ଗ୍ରାମବସି ଙ୍କ କହିବା ଅନୁସାରେ ଗ୍ରାମ ର ପ୍ରଭାସୀ ଓଡ଼ିଆ ସୁରତ ରେ ରହିଲେ ମଧ୍ୟ୍ୟ ଗ୍ରାମ ର ମଙ୍ଗଳ ନିମନ୍ତେ ଚଉଦ ବର୍ଷ ହେଲା ଏହି ଅଖଣ୍ଡ ନାମ ଯଜ୍ଞ ପାଳି ଆସୁଛନ୍ତି l ଗ୍ରାମ ର ସୁଖ, ଶାନ୍ତି, ଓ ଆରୋଗ୍ୟ ଓ ଗ୍ରହ ଶାନ୍ତି ନିମନ୍ତେ ଏହି ଯଜ୍ଞ ପାଳନ କରୁଛନ୍ତି ଓ ପ୍ରତି ବର୍ଷ ମାଘ ମାସରେ ପାଳନ କରିବେ l ଶେଷରେ ପୁର୍ଣlହୂତି ହୋଇ ଯଜ୍ଞ କର୍ମ ଶେଷ ହୋଇ ଥିଲା।

LEAVE A REPLY

Please enter your comment!
Please enter your name here