ପଞ୍ଚୁଦଣ୍ଡ ମହାମିଳନ : ମାଣିତରା ଗ୍ରାମ ଲୋକାରଣ୍ୟ

0
269

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମରେ ଏପ୍ରିଲ ୧୧ ତାରିଖ ଦିନ ପଞ୍ଚୁଦଣ୍ଡ ମହାମିଳନ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ହେଲା ଦଣ୍ଡନାଚ ହୋଇନଥିଲା। ମାଣିତରା ଅଞ୍ଚଳରେ ମଧ୍ୟ ଦୀର୍ଘ ବର୍ଷଧରି ପଞ୍ଚୁଦଣ୍ଡ ହୋଇନଥିଲା। ଯାହା ଫଳରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଣିତରା ଗ୍ରାମକୁ ଆସି ପଞ୍ଚୁଦଣ୍ଡ ମହାମିଳନ ଦର୍ଶନ କରିବାର ସୁଯୋଗ ନେଇଥିଲେ। ନଡ଼ା, ଗୋଚ୍ଛାବାଡ଼ି, କାନକୁଟୁରୁ, ରାଉତି ଓ କାଦୁଆ ଗ୍ରାମାର ପଞ୍ଚ ଦଣ୍ଡ ଙ୍କ ମହାମିଳନର କାର୍ତ୍ତଭାବେ ଅଭିମନ୍ୟୁ ପ୍ରଧାନ କାର୍ଯ୍ୟ ସମାପନ କରିଥିବା ବେଳେ ପଞ୍ଚୁଦଣ୍ଡ ପରିଚାଳନା କମିଟି ସହଯୋଗ କରିଥିଲେ। ଧୂଳି ଦଣ୍ଡ, ପାଣି ଦଣ୍ଡ ଓ ଅଗ୍ନି ଦଣ୍ଡ ରେ ପଞ୍ଚ ଦଣ୍ଡର ମିଳନ ଦୃଶ୍ୟକୁ ଶ୍ରଦ୍ଧାଳୁ ବୃନ୍ଦ ଦର୍ଶନ କରିଥିବା ବେଳେ ଶାନ୍ତି ଶୃଙ୍ଖଳା ଦାୟିତ୍ୱରେ ବୁଗୁଡା ପୋଲିସ ଓ ପରିଚାଳନା କମିଟି ସୁଚାରୁ ଭାବେ ତୁଲାଇଥିଲେ। ଶାନ୍ତି ଶୃଙ୍ଖଳା ସହ ଦଣ୍ଡନାଚ ସମାପନ ହୋଇଥିବା ବେଳେ ରାତ୍ରରେ ବିଭିନ୍ନ ଦଣ୍ଡ ପକ୍ଷରୁ ନାଚଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here