ରାମ ମନ୍ଦିର କାର୍ଯ୍ୟ ଅଗ୍ରଗତି ଅନୁଧ୍ୟାନ କଲେ ବିଧାୟକ

0
229

ପୋଲସରା: ପୋଲସରା ବ୍ଲକ ଅନ୍ତର୍ଗତ ଜେ. ଡେଙ୍ଗାପଦର ଗ୍ରାମରେ ନିର୍ମାଣଧୀନ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଜୁନ ୨୦ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଗସ୍ତ କରିଥିଲେ। ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ ପାଇଁ ଜେ. ଡେଙ୍ଗାପଦର ପଞ୍ଚାୟତ ବାସିନ୍ଦାଙ୍କ ଆଗ୍ରହକୁ ସମ୍ମାନ ଜଣାଇ ବିଧାୟକ ଶ୍ରୀ ସାହୁ ସହଯୋଗ ର ହାତ ବଢାଇଥିବା ବେଳେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ର ଆଡଭୋକେଟ ସୁଶାନ୍ତ କୁମାର ମଳିକ, ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ଭୂୟାଁ ଓ ସମିତି ସଭ୍ୟ କୃଷ୍ଣଚନ୍ଦ୍ର ଭୂୟାଁ ପ୍ରମୁଖ ଦିବାରାତ୍ର ଏକାକାର କରି ଆନ୍ତରିକ ଉଦ୍ୟମ ଜାରି ରଖିବା ସହ ଗ୍ରାମବାସୀଙ୍କ ଆଗ୍ରହ ଓ ବିଧାୟକଙ୍କ ସମସ୍ତ ସାହଯୋଗରେ ଅତି ଶୀଘ୍ର ରାମମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ଆଶା କରାଯାଉଛି।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here