ଏଗାର କେଭି ତାର ସଂସ୍ପର୍ଶରେ ସମ୍ପର୍କରେ ଆସି ନାବାଳକ ମୃତ୍ୟୁ

0
275

ଉମରକୋଟ(କ୍ରିଷ୍ଣା ସାହୁ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଶିଙ୍ଗଶାରି ଗ୍ରାମରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତେର ବର୍ଷ ବୟସ ନାବାଳକ ସନ୍ତୋଷ ପାଇକ ଙ୍କ ଘଟଣା ସ୍ଥଳରେ ମୃତ୍ୟୁ, ସନ୍ତୋଷ ପାଇକ ଜମିରେ ଗାଈ ଚରାଇବାକୁ ନେଇଥିବା ସମୟରେ ଅଘଟଣ,୧୧ କେଭି ତାର କମ ଉଚ୍ଚତାରେ ଥିବା ଯୋଗୁଁ ଜୀବନ୍ତ ତାର ସମ୍ପର୍କରେ ଆସିଥିଲେ।ମିଳିଥିବା ସୂଚନା ଅନୁଯାୟୀ ଦିନ ଦୁଇଟା ସମୟରେ ସନ୍ତୋଷ ପାଇକ ଗାଈ ଚାରାଇବାକୁ ନିକଟସ୍ଥ ଜମି କୁ ଯାଇଥିଲେ ସେହିଠାରେ ଏକ ଚ୍ୟାକ ଡ଼୍ୟାମ ଉପରେ କମ ଉଚ୍ଚତାରେ ଏଗାର କେଭି ତାର ଯାଇଥିଲା ଗାଈ ଅଡେଇବାକୁ ବାଡି ଧରି ଯିବା ସମୟରେ ବାଡି ଟି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଥିଲା ଓ ବିଦ୍ୟୁତ ପ୍ରବାହ ହୋଇଥିବା ଯୋଗୁଁ ଘଟଣା ସ୍ଥଳରେ ଅଚେତ୍ ହୋଇଥିଲେ, ପାଖର ଥିବା କିଛି ଲୋକ ସନ୍ତୋଷ ଙ୍କୁ ଉଦ୍ଧାର କରି ପ୍ରଥମେ ଶୀଙ୍ଗଶାରି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଉମରକୋଟ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ କିନ୍ତୁ ସେ ମୃତ୍ୟୁ ବରଣ କରିଥିଲେ। ଏହି ଏଗାର କେଭି ବିଦ୍ୟୁତ୍ ତାର ଟି ଶୀଙ୍ଗସାରି ଠାରୁ କଚେଣ୍ଡା କୁ ସଂଯୋଗ କରୁଛି ଏହି ତାର ଟି ଭୂମି ଠାରୁ କମ ଉଚ୍ଚତା ରେ ଥିବା ଯୋଗୁଁ ଏହାକୁ ସଜାଡି ବାକୁ ବହୁ ବାର ବିଦ୍ୟୁତ୍ ବିଭାଗ କୁ ଜଣାଇବା ପରେ ମଧ୍ୟ ସଜାଡି ନଥିବା ଯୋଗୁଁ ଏହି ପରି ଅଘଟଣ ଘଟିଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମ ବାସି ।

LEAVE A REPLY

Please enter your comment!
Please enter your name here