ଚମକୁଛି ବିଦ୍ୟାଳୟ;ଭଞ୍ଜନଗର ବ୍ଳକର ବିଦ୍ୟାଳୟ ଗୁଡିକରେ ନ୍ୟୁଟ୍ରେସନ ଗାର୍ଡେନ

0
630

ଭଞ୍ଜନଗର(ନିଲୁ ବିଷୋୟୀ) ସଂପ୍ରତି କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହେବା ପରେ ଦୀର୍ଘ ଦଶ ମାସ ହେବ ବନ୍ଦ ରହିଥିବା ବିଦ୍ୟାଳୟ ହତା ଏବେ ଖୋଲିବାର ଯୋଜନା ହେଉଛି । ଏଥି ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପ୍ରୟାସରେ ବିଦ୍ୟାଳୟ ଗୁଡ଼ିକରେ ଏବେ ସବୁଜିମା ଭରା ଉଦ୍ୟାନ ସୃଷ୍ଟି ପାଇଁ ପାଞ୍ଚ ହଜାର ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି | କେବଳ ସେତିକି ନୁହେଁ,ବିଦ୍ୟାଳୟରେ ଶିକ୍ଷଣୀୟ ପରିବେଶକୁ ଅଧିକ ବ୍ୟାପକ କରିବା ପାଇଁ ମଧ୍ୟ ସ୍କୁଲ ପାଚେରୀରେ ରଙ୍ଗୀନ, ଆକର୍ଷଣୀୟ ଓ ଶିକ୍ଷଣୀୟ ଚିତ୍ରମାନଙ୍କ ଅଙ୍କାଯିବାକୁ ଅଭିପ୍ରେରିତ କରାଯାଉଛି | ଭଞ୍ଜନଗର ବ୍ଳକର ଗ୍ରାମାଞ୍ଚଳ ସମେତ ସହରାଞ୍ଚଳ ବିଦ୍ୟାଳୟ ଗୁଡିକରେ ଏବେ ଏହି ନ୍ୟୁଟ୍ରେସନ ଗାର୍ଡେନ୍ ସୃଷ୍ଟି କରାଯାଉଛି। ଏହି ବ୍ଳକ ଅନ୍ତର୍ଗତ ବଡକୋଦଣ୍ଡା ଜବାହର ଉଚ୍ଚବିଦ୍ୟାଳୟ, ଆଖୁପଦର ପ୍ରାଥମିକ ବିଦ୍ୟାଳୟ, ବାହାଡ଼ା ପଦର ନୋଡାଲ ଉଚ୍ଚ ବିଦ୍ୟାଳୟ,ଢେପସାହି ପ୍ରାଥମିକ ବିଦ୍ୟାଳୟ,ବଡପଥରା ପ୍ରାଥମିକ ବିଦ୍ୟାଳୟ, ନୂଆଁ ମହୁଲିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାଲିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବି. ତଳ ସାହି ପ୍ରାଥମିକ ବିଦ୍ୟାଳୟ ଆଦିର ଛୋଟ ବଡ ପନିପରିବା ବଗିଚା ଏହାର ସଦ୍ୟ ଉଦାହରଣ । ଇନ୍ଦାଗଡ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ତିଲିକି ପ୍ରାଥମିକ ବିଦ୍ୟାଳୟ, ସାର୍ଦ୍ଦୁଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଡୁମାକୁମ୍ପା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଦାଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ତୁଳସୀ ପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କଇଁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଳାସ ପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦିରେ ଥିବା ସବୁଜ ପନିପରିବା ଓ ଫଲ ଗଛ ଗୁଡିକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି | ପ୍ରଧାନ ଶିକ୍ଷକ ମାନଙ୍କ ସହ ସମସ୍ତ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମିଶି ଗଛରେ ପାଣି ଦେବା, ବଗିଚାରୁ ଆବର୍ଜନା ସଫା କରିବା, ଅନାବନା ଓ ଝଡା ପତ୍ର, ଡାଳ ଆଣି ଖତ ପ୍ରସ୍ତୁତ କରିବା କାମ କରନ୍ତି। ଫଳରେ ସୃଷ୍ଟି ହୋଇଛି ଏକ ସ୍ଵାସ୍ଥ୍ୟକର, ଆନନ୍ଦଦାୟକ ପରିବେଶ । ସ୍କୁଲଗୁଡିକୁ ଏଭଳି ଉଦ୍ୟାନ ସୃଷ୍ଟି ପାଇଁ ଚଳିତ ବର୍ଷରୁ ଶିକ୍ଷା ବିଭାଗ ତରଫରୁ ପାଞ୍ଚ ହଜାର ଟଙ୍କା ଯୋଗାଇ ଦିଆଯାଇଛି ବୋଲି ବି.ଇ.ଓ ଅଫିସ ତରଫରୁ ସୂଚନା ମିଳିଛି । ଜବାହାର ଉଚ୍ଚ ବିଦ୍ୟାଳୟ ବଡକୋଦଣ୍ଡା, ଭେଜପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାର୍ଦ୍ଦୁଳ ରାଧାକୃଷ୍ଣ ସ୍ବାମୀ ଉଚ୍ଚ ବିଦ୍ୟାଳୟ, ଗୁରାବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତୁରୁମୁ ଉଚ୍ଚ ବିଦ୍ୟାଳୟ, ବିଞ୍ଝଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲେମ୍ଭେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମୁଜାଗଡ ଉଚ୍ଚ ବିଦ୍ୟାଳୟ, ଡିହ ପଢାଳ ଉଚ୍ଚ ବିଦ୍ୟାଳୟ, ବଡରମୁଣି ସାହି ପ୍ରାଥମିକ ବିଦ୍ୟାଳୟ କୁଲାଡ ଆଦିର ସ୍କୁଲ ପରିସରରେ କେବଳ ସବୁଜ ଉଦ୍ୟାନ ନୁହେଁ, ଶିକ୍ଷଣୀୟ ରଙ୍ଗୀନ ଚିତ୍ର ଆଙ୍କି ବିଦ୍ୟାଳୟ ହତାକୁ ଆକର୍ଷଣୀୟ ମଧ୍ୟ କରାଯାଇଛି । ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ସକାଶେ ଅଧିକ ଆକର୍ଷଣୀୟ କରିବାକୁ ମହାପୁରୁଷଙ୍କ ଚିତ୍ର, ଆନନ୍ଦପ୍ରଦାୟକ ଚିତ୍ର, ନୀତିଶିକ୍ଷା ଦେଉଥିବା ଛବି ଅଙ୍କାଯାଉଛି। ନୀତି ବାକ୍ୟ କାନ୍ଥରେ ଲେଖା ରହୁଛି। ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ସାଙ୍ଗକୁ ବିଭିନ୍ନ ଖେଳ ସାମଗ୍ରୀ ବ୍ୟବସ୍ଥା ପୂର୍ବକ ଅଧିକ ସଂଖ୍ୟାରେ ପିଲାଏ ଯେପରି ସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ରାଜ୍ୟ ସରକାର ଏହି ଭଳି ଯୋଜନାମାନ କାର୍ଯ୍ୟକାରୀ କରିବାରେ ଲାଗିଛନ୍ତି। ଏଥିପାଇଁ ଭଞ୍ଜନଗର ବ୍ଳକରେ ବି.ଇ.ଓ ତଥା ସମସ୍ତ ଶିକ୍ଷା ବିଭାଗ ଅଧିକାରୀ , ସି.ଆର୍.ସି.ସି ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଉଦ୍ୟମରେ ଏହି ନ୍ୟୁଟ୍ରେସନ ଗାଡେନ ପ୍ରସ୍ତୁତି ଭଳି ସୁନ୍ଦର ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି ।

LEAVE A REPLY

Please enter your comment!
Please enter your name here