ଦ୍ଵିତୀୟ ଅର୍କକ୍ଷେତ୍ରରେ ତିଳ ସପ୍ତମୀ ଯାତ୍ରା

0
259

ବୁଗୁଡା(ଅନିଲ କୁମାର ମହାରଣା) ଓଡ଼ିଶାର ଦ୍ଵିତୀୟ ଅର୍କ କ୍ଷେତ୍ର ତଥା କାଷ୍ଠ କୋଣାର୍କ ରୂପେ ପରିଚିତ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିରରେ ତିଳ ସପ୍ତମୀ ଯାତ୍ରା ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ମଙ୍ଗଳ ଆଳତି, ଅବକାଶ ନୀତି ପରେ ଠାକୁରଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପୁରୋହିତ ଚିତ୍ତ ରଂଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ପଣ୍ଡିତ ବୈଷ୍ଣବ ଚରଣ ଦାଶ, ହିମାଂଶୁ ଶେଖର ଦାଶ ,ଶ୍ରୀକାନ୍ତ ମିଶ୍ର, ସୁବାଷ ଦାଶ, ରାମାନୁଜ ମହାପାତ୍ର, ଚିନ୍ମୟ ଦାଶ, ପ୍ରଶାନ୍ତ ମିଶ୍ର, ଶିବପ୍ରସାଦ ଦାଶ ପ୍ରମୁଖ ରଥ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ। କର୍ତ୍ତା ଭାବେ ମହନ୍ତ ଭକ୍ତ ରାମ ଦାସ କାର୍ଯ୍ୟ ସମ୍ପାଦନା କରିଥିଲେ। ସନ୍ଧ୍ୟା ଆଳତି ପରେ ମନ୍ଦିର ପରିସରରେ ଥିବା ଶ୍ରୀ ବିରଞ୍ଚି ନାରାୟଣ ଠାକୁରଙ୍କ କାଷ୍ଠ ବିଗ୍ରହ ଙ୍କୁ ରଥରେ ବିଜେ କରାଇ ଘଣ୍ଟ ମୃଦଙ୍ଗର ତାଳେ ତାଳେ ଶ୍ରୀ ବଳଦେବ ସ୍ୱାମୀ ମନ୍ଦିର ପର୍ଯ୍ୟନ୍ତ ରଥ ଟଣା ଯାଇଥିଲା। ସେଠାରେ ଶ୍ରୀବିଗ୍ରହ ଙ୍କୁ ଭୋଗ, ଆଳତି ଅର୍ପଣ କରିବା ପରେ ପୁଣି ନିଜ ମନ୍ଦିରକୁ ଅଣାଯାଇଥିଲା। ପୂଜକ ଉମାକାନ୍ତ ଦାଶ, କୃଷ୍ଣଚନ୍ଦ୍ର ଦାଶ, ନାରାୟଣ ଗନ୍ତାୟତ ପ୍ରମୁଖ ଏହି କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଭବାନୀ ଶଙ୍କର ମିଶ୍ର ଘୋଷକ ରୂପେ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ପୁଣ୍ୟ ଦିବସରେ ଓଡ଼ିଶାର ବହୁ ସ୍ଥାନରୁ ଭକ୍ତମାନେ ଆସି ମାନସିକ ପୂଜାର୍ଚ୍ଚନା କରିଥିଲେ।

LEAVE A REPLY

Please enter your comment!
Please enter your name here