ଅଭିଭାବକ ସମ୍ମିଳନୀ

0
409

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜିଲ୍ଲା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ଵାରା ପରିଚାଳିତ ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅଭିବାବକ ଓ ଶିକ୍ଷକ ସମ୍ମିଳନୀ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅନ୍ତୁ ଜାନୀ ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ଏହି ବୈଠକ ସରକାରଙ୍କ କୋଭିଡ – ୧୯ ନିୟମ ଅନୁସାରେ ଅଭିଭାବକ ମାନେ ପ୍ରଥମେ ବିଦ୍ୟାଳୟ ଫାଟକ ପାଖରେ ସାବୁନରେ ହାତ ଧୋଇ ଭିତରକୁ ପ୍ରବେଶ କରିଥିଲେ | ସଭାଗୃହ ମାଧରେ ସମସ୍ତେ ସାମାଜିକ ଦୂରତା ରକ୍ଷା କରି ବସିଥିଲେ | ଏଥିରେ ବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ସ୍ଵାଇଁ ଙ୍କ ସମସ୍ତେ ଶିକ୍ଷୟତ୍ରୀ ଶିକ୍ଷକ ମାନେ ୧୦୦ ଦିନିଆ ପାଠ୍ୟ ଖସଡା କାର୍ଯ୍ୟକ୍ରମ, ପରୀକ୍ଷା ଦର୍ପଣ ପୁସ୍ତକର ଉପଦେୟତା, କୋଭିଡ-୧୯ ପାଇଁ ନିରାପତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା, ବିଦ୍ୟାଳୟ ଖୋଲିବା ପୂର୍ବରୁ ସତର୍କତା ମୂଳକ ନିୟମାବଳୀ ରେ ପାଳନ ଓ ବିଦ୍ୟାଳୟର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ | ଏଥିରେ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର କୁମାର ରଥ, କମିଟି ମଙ୍ଗଳ ଚରଣ ନାୟକ ଓ ୧୦ମ ଶ୍ରେଣୀ ଛାତ୍ରୀ ମାନଙ୍କ ଅଭିଭାବିକା ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here