ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

0
330

ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ) ଉତ୍ତର ଘୁମୁସର ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ବ୍ଲକ ର ସମରବନ୍ଧ ବନ ସୁରକ୍ଷା ସମିତିର ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ 2 ,ICDS ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ ର ମିଳିତ ସହଯୋଗରେ ଏକ ଆନ୍ତର୍ଜାତୀୟ ବାଳିକା ସମରବନ୍ଧ ଅଙ୍ଗନବାଡ଼ି କେନ୍ଦ୍ର ରେ ଦିବସ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବନରକ୍ଷୀ ଶ୍ରୀ ପବିତ୍ର ମଲ୍ଲିକ,ICDS ସୁପ୍ରଭାଇଜର ଶ୍ରୀମତୀ ଭାଗ୍ୟଲତା ବେହେରା ,ଅଙ୍ଗନବାଡ଼ି କର୍ମୀ ଶ୍ରୀମତୀ ମାଗି ନାୟକ ,ସ୍ୱାତୀ ର ଟିମ ଲିଡ଼ର ଶ୍ରୀଯୁକ୍ତ ସିପୁରଞ୍ଜନ ସା ,ବିକାଶ ଅଧିକାରିଣୀ ଶ୍ରୀମତୀ କାଜଲ ପଟ୍ଟନାୟକ , ବନସହାୟକ ବିପିନ ନାୟକ ,ବନସହାୟିକା ରିତା ନାୟକ ଏବଂ ଗ୍ରାମର ସମସ୍ତ କିଶୋରୀ ବାଳିକା ଓ ଛୋଟ ଛୋଟ ବାଳିକା ମଧ୍ୟ ଉପସ୍ଥିତ ଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବାଳିକା ମାନଙ୍କୁ ଶିକ୍ଷା ,ସ୍ୱାସ୍ଥ୍ୟ,ଏବଂ ବାଲ୍ୟ ବିବାହ ବିଷୟରେ ସଚେତନ କରାଯାଇଥିଲା ,ସେମାନଙ୍କ ମନବଳ ଦୃଡ଼ କରିବା ପାଇଁ ପ୍ରତିଯୋଗିତା କରାଯାଇଥିଲା ଏବଂ ପୁରସ୍କାର ମଧ୍ୟ ବିତରଣ କରାଯାଇଥିଲା।ବାଳିକା ମନେ ମଧ୍ୟ ନିଜ ନିଜର ଅନୁଭୂତି ପ୍ରକାଶ କରିଥିଲେ ।ଏପରି ଏକ ସୁନ୍ଦର କାର୍ଯ୍ୟକ୍ରମ ହୋଇଥିବା ଯୋଗୁଁ ଉତ୍ତର ଘୁମୁସର ବନାଞ୍ଚଳ ଅଧିକାରୀ ଅଭୟ କୁମାର ଦଳେଇ ଓ ଜଗନ୍ନାଥ ପ୍ରସାଦ ରେଂଜେର ଉମାକାନ୍ତ ଦାସ ପ୍ରଶଂସା କରି କରିଥିଲେ।

LEAVE A REPLY

Please enter your comment!
Please enter your name here