ହରିହର ସାହିରେ ୧୬ ପ୍ରହର ଅଖଣ୍ଡ ନାମ ଯଜ୍ଞ ଉଦଯାପିତ

0
288

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ଯ ପବିତ୍ର ସରସ୍ଵତୀ ପୂଜା ଅବସରରେ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଞ୍ଚାୟତର ହରିହର ସାହିରେ ଗତ 16 ତାରିଖରେ ଆରମ୍ଭ ହୋଇଥିବା ଷଷ୍ଠ ବାର୍ଷିକ 16 ପ୍ରହର ଅଖଅଣ୍ଡ ନାମ ଯଜ୍ଞ ଓ ଅନ୍ନ ଯଜ୍ଞ ଆଜି ଉଦଯାପିତ ହୋଇଯାଇଛି I ଦୁଇ ଦିନ ଧରି ଚାଲିଥିବା ଏହି 16 ପ୍ରହର ନାମ ଯଜ୍ଞରେ ମୁଖ୍ୟ ପୂଜକ ଭାବେ ମାଧବରିଡ଼ା ମଠ ମହନ୍ତ ମହାରାଜ ଯୋଗ ଦେଇଥିବା ବେଳେ ବାଘୁଆପଲ୍ଲୀ,ଖରିଡ଼ା,କାଳିଆଗୁଡା ଏବଂ ସାନ୍ତରା ପଲ୍ଲୀ ଗ୍ରାମର ଚାରୋଟି ସଂକୀର୍ତ୍ତନ ମଣ୍ଡଳୀ ଏଥିରେ ଅଂଶଗ୍ରହଣ କରିଥିଲେ I ଆଜି ସକାଳ 8 ଘଣ୍ଟା 55 ମିନଟ୍ ସମୟରେ ଯଜ୍ଞ ପୂର୍ଣ୍ଣାହୁତି ଦିଆଯିବା ସହ ଦଧିଭାଣ୍ଡ ଭଞ୍ଜନ, ନଗର ପରିକ୍ରମା,ଯମୁନା ସ୍ନାନ ଏବଂ ପ୍ରସାଦ ସେବନ ପୂର୍ବକ ଉତ୍ସବଟି ଉଦଯାପିତ ହୋଇଥିଲା I ଏହି 16 ପ୍ରହରୀ ଦେଖିବାକୁ ପ୍ରଥମ ଦିନରୁ ହିଁ ଆଖପାଖ ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ପରିଚାଳକ କୈଳାସ ଗୌଡ, ଶିଶିର ଗୌଡ଼,ମହେଶ୍ଵର ଗୌଡ଼, ହରିହର ପତି, ସଞ୍ଜୟ ନାୟକ ଏବଂ ଭଜରାମ ସ୍ୱାଇଁଙ୍କ ନେତୃତ୍ୱରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ I

LEAVE A REPLY

Please enter your comment!
Please enter your name here