ଜଳେଶ୍ୱରବ୍ରହ୍ମପୁର ରେ ବେଶ୍ ଧୂମଧାମରେ ଦୁର୍ଗାପୂଜା ଅନୁଷ୍ଠିତ ।

0
786

ଯାଜପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ କିମ୍ବିରିଆପାଳ ପଂଚାୟତ ଜଳେଶ୍ୱରବ୍ରହ୍ମପୁର ଗ୍ରାମ ରେ ବହୁ ପୁରାତନ କାଳରୁ ଅନୁଷ୍ଠିତ ଏହି ଅଁଚଳର ବେଶ ପ୍ରସିଦ୍ଧ ମା’ କଂ ଦୁର୍ଗାପୂଜା ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଧୂମଧାମରେ ରେ ପାଳିତ ହୋଇଯାଇଛି ।
ସପ୍ତମୀ ପୂଜା ରୁ ନବମୀ ପୂଜାରେ ଆଖ ପାଖ ଚାରି ପଂଚାୟତ ରୁ ପ୍ରତିଦିନ ହଜାର ହଜାର ଶ୍ରଧାଳୁ ସମାଗମ ହୋଇଥାଏ, ଏତତ୍ବ୍ଯତୀତ ଏଠାରେ ବଳି ପ୍ରଥାକୁ ଉଜ୍ଜୀବିତ କରିବା ନିମନ୍ତେ ମା ‘କଂ ନିକଟରେ ଶ୍ରଧାଳୁ କଂ ମାନସିକରେ ଆସିଥିବା କଖାରୁ ବଳି ଦିଆଯାଇଥାଏ ।
ବଳି କୁ ଦେଖିବା ପାଇଁ ବହୁ ଭକ୍ତ ସମାଗମ ହୋଇଥାଏ । ପ୍ରତ୍ୟହ ଦିନ, ସଂଧ୍ୟା ରେ ପୂଜା ସହ ପ୍ରସାଦ ସେବନ ତଥା ମା କଂ ମଣ୍ଡପରେ କୀର୍ତ୍ତନ, ଭଜନ ପରିବେଷଣ କରାଯାଇଥାଏ ।
ଶେଷରେ ଦଶହରା ମଣ୍ଡା ମା ‘କଂ ଲଗାଯାଇ ସ୍ଥାନୀୟ ଇଛାପୁର ଗ୍ରାମ ଦୁଧେଇ ନଦୀରେ ବେଶ୍ ଧୂମଧାମରେ ବିସର୍ଜନ କରାଯାଇଥାଏ ।

LEAVE A REPLY

Please enter your comment!
Please enter your name here