ବେଲଗୁଣ୍ଠାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ

0
244

ବେଲଗୁଣ୍ଠା(ଶିବରାମ ଚୌଧୁରୀ) କରୋନା ମହାମାରୀ ସଂଗ୍ରାମରେ ଲଢ଼େଇ ଜାରି ରଖିଥିବା ଭାରତୀୟ କରୋନା ଯୋଦ୍ଧା ମାନଙ୍କୁ ସଫଳତାର ସହିତ ପ୍ରଥମ ପର୍ଯ୍ୟାୟ ଟୀକାକରଣ କରାଯିବାର ଠିକ୍ ମାସକ ପରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି I ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ମାନେ ପ୍ରଥମ ପର୍ଯ୍ଯାୟ ଟୀକା ଗ୍ରହଣ କରିବାର ଠିକ୍ ମାସକ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିଛନ୍ତି I ଆଜି ସକାଳେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରମ୍ଭ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ପାଞ୍ଚ ଜଣ ସ୍ଵାସ୍ଥ୍ୟକେନ୍ଦ୍ର ଅଧିକାରୀ, ଚାରି ଜଣ ଫାର୍ମାସିଷ୍ଟ୍ ,ତିନି ଜଣ ଷ୍ଟାଫ୍ ନର୍ସ , ଦୁଇ ଜଣ ପିଏମୟୁ ,ଜଣେ ଏସଟିଏସ୍ ,ଜଣେ ବିଏମଡବ୍ଲୁ ,ଚାଳିଶି ଜଣ ଅଙ୍ଗନୱାଡି କର୍ମୀ,ପଚିଶି ଜଣ ଅଙ୍ଗନୱାଡି ସହାୟିକାଙ୍କ ଏବଂ ଏକତିରିଶ ଜଣ ଆଶା କର୍ମୀଙ୍କ ସମେତ ମୋଟ 112 ଜଣ କରୋନା ଯୋଦ୍ଧା ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିଥିଲେ I ଟୀକା ଗ୍ରହଣ ପରେ ସମସ୍ତ କର୍ମଚାରୀ ସୁସ୍ଥ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡକ୍ଟର୍ ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି I

LEAVE A REPLY

Please enter your comment!
Please enter your name here