ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ମତଦାନ ଆରମ୍ଭ

0
323

ବ୍ରହ୍ମପୁର() ଶନିବାର ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ଭୋଟ୍ ଗଣତିରେ ସୁବିଧା ପାଇଁ ଚଳିତ ବର୍ଷ ପ୍ରତ୍ୟେକ ପଦବି ପାଇଁ ସ୍ବତନ୍ତ୍ର ୪ଟି ବକ୍ସର ବ୍ୟବସ୍ଥା କରାଯାଇଛି । ସେହିପରି ବିଭିନ୍ନ ପଦବି ପାଇଁ ଭିନ୍ନ ଭିନ୍ନ ରଙ୍ଗର ବେଲଟ୍ ପେପର୍ ମଧ୍ୟ କରାଯାଇଛି । ଫଳରେ ଭୋଟ୍ ଗଣତି ସୁବିଧା ଓ ସହଜ ହେବ ସୂଚନା ଦେଲେ ନିର୍ବାଚନ ଅଧିକାରୀ ପ୍ରସାଦ ରାଓ । ତେବେ ସକାଳ ୮.୩୦ ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଚଳିତ ବର୍ଷ ବିଭିନ୍ନ ପଦବି ପାଇଁ ମୋଟ ୯ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନିର୍ବାଚନୀ ମଇଦାନରେ ଓହ୍ଲାଇଛନ୍ତି । ସମସ୍ତ ପାର୍ଥି ଓ ସମର୍ଥକ ମାନେ ସମ୍ପୂର୍ଣ୍ଣ ରୂପେ ସଜବାଜ ହୋଇ ଭୋଟଙ୍କୁ କଳେ କୌଶଳେ ପଦବୀ ହାସଲ କରିବାକୁ ମଇଦାନରେ ଓହ୍ଲାଇ ବାଲ୍ଲଟ ପେପର୍ ଧରି ଭୋଟ ଭିକ୍ଷା କରୁଛନ୍ତି । ସୂଚନା ଯୋଗ୍ୟ କି ସଭାପତି ପଦ ପାଇଁ ଶିଶିର କୁମାର ପାଢୀ,ଜନାର୍ଦ୍ଦନ ସୁବୁଦ୍ଧି,ରହିଥିବା ବେଳେ ଉପସଭାପତି ପଦବୀ ପାଇଁ ଦିଲୀପ କୁମାର ପାତ୍ର ,ହରିକୃଷ ପଟ୍ଟନାୟକ ଏବଂ ବି. ଭାଗିରଥୀ ରାଓ ରହିଛନ୍ତି । ସେହିପରି ସମ୍ପାଦକ ପଦବୀ ପାଇଁ ପ୍ରଦୀପ କୁମାର ବେହେରା ଓ ସୁଶୀଲ କୁମାର ତ୍ରିପାଠୀ ଏବଂ ଯୁଗ୍ମ ସମ୍ପାଦକ ପଦବୀ ପାଇଁ ସୁଧୀର କୁମାର ପାତ୍ର ଓ ହେମନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି । ୪ ଟାରୁ ଭୋଟ ଗଣତି ଆରମ୍ଭ ହୋଇ ୮ ଟା ପରେ ବିଜୟ ପାର୍ଥୀଙ୍କ ନାମ ଘୋଷଣା କରାଯିବ ବୋଲି ନିର୍ବାଚନୀ ଅଧିକାରୀ ପ୍ରସାଦ ରାଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here