ଡାବୁଗାଁ ରେ ଆଦିବାସୀ ପର୍ବ ଦୁଲାରଦେଇ ହାଟ ପାଳିତ

0
437

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ଆଜି ଧୁମଧାମରେ ଦୁଲାର ଦେଇ ବଜାର ବା ଦୁଲାର ଦେଇ ହାଟ ପାଳନ ହୋଇଯାଇଛି । ଆଦିବାସୀ ପର୍ବ ମାଘ ମଣ୍ଡେଇ ପୂର୍ବ ହାଟ ଅର୍ଥାତ ମାଘ ମଣ୍ଡେଇ ରୋ ସାତଦିନ ପୂର୍ବେ ପାରମ୍ପରିକ ରୀତିନୀତିରେ ଦୁଲାର ଦେଇ ଗୁଡି ରେ ପୂଜାର୍ଚନା ପରେ ସିରା ,ପାଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହୋଇ ବାଜା ମହୁରୀ ରୋ ତାଳେ ତାଳେ ନାଚ କରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ଆଜି ଠାରୁ ଆଗାମୀ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଂଚଳ ରହିବ । ଆସନ୍ତା ବୁଧବାର ଦିନ ବଡ଼ତେବତା ବା ଗ୍ରାମର ମୁଖ୍ୟ ଇଷ୍ଟଦେବ ବାବା ଭୈରବ ଦେବତାଙ୍କ ପୂଜା ହେବ ଏବଂ ଆସନ୍ତା ଗୁରୁବାର ଦିନ ଡାବୁଗାଁରେ ମାଘ ମଣ୍ଡେଇ ପାଳିତ ହେବ।

LEAVE A REPLY

Please enter your comment!
Please enter your name here