ଚୋରି ନାଟକ ର ପର୍ଦା ଫାସ

0
289

ହିଂଜିଲିକାଟୁ(ହିମାଂଶୁ ବେହେରା)ଗଂଜାମ ହିଂଜିଳିକାଟୁ ପୌରାଞ୍ଚଳ ମଠପଦର ସାହି ରେ ଆଜି ଏକ ଚୋରି ଘଟଣା କୁ ନେଇ ହିଂଜିଳି ରେ ଚର୍ଚ୍ଚା ର ବିଷୟ ପାଲଟିଛି l ସୂଚନା ଅନୁସାରେ ହିଞ୍ଜିଳି ମଠ ପଦର ସାହି ର ଗୀତା କୁମାରୀ ସାବତ, ସ୍ୱାମୀ -ସୁଶୀଳ ସାବତ ଘରୁ ସୁନା ଓ ନଗଦ 66ହଜାର ଟଙ୍କା ଚୋରି କରିଥିବା ନେଇ ହିଞ୍ଜିଳି ଥାନା ରେ ଗୀତା କୁମାରୀ ସାବତ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଆଧାର କରି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାଶ ଘଟଣା ସ୍ଥଳ ରେ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରିବା ପରେ ଘଟଣା ର ସତ୍ୟl ସତ ପଦାକୁ ଆସିଛି ସୁନା ଚୋରି ଏକ ନାଟକ ର ହେଲା ଖୁଲାସା । ଚାଳିଶି ଭରି ସୁନା ନଗଦ 66ହଜାର ଟଙ୍କା ଲୁଟ ହୋଇଥିବା ଥାନା ରେ ହୋଇଥିଲା ଅଭିଯୋଗ । ପୋଲିସ ତଦନ୍ତ ରେ ଧରାପଡିଲା ସତ । ଘର ଲୋକ ହିଁ କରିଥିଲେ ଚୋରି ନାଟକ ବୋଲି ଜଣା ପଡିବା ପରେ ହିଞ୍ଜିଳି ଥାନା ରେ ପୁଣି ଏକ ଲିଖିତ ଆକାର ରେ ସମସ୍ତ ସୁନା ଓ ନଗଦ ଟଙ୍କା ଫେରିପାଇଥିବା ନେଇ ଜଣାଇଥିଲେ l

LEAVE A REPLY

Please enter your comment!
Please enter your name here