ଜୁଆ ଆଡ୍ଡା ଉପରେ ଚଢ଼ାଉ, ୯,୨୯,୨୦୦ ଟଙ୍କା ଜବତ, ୧୪ ଜଣ ଗିରଫ

0
725

ବ୍ରହ୍ମପୁର(ପ୍ରଣୟ ପଣ୍ଡା) ବ୍ରହ୍ମପୁର ଟାଉନ ଥାନାକୁ ମିଳିଛି ଏକ ବଡ଼ ସଫଳତା। ଧର୍ମ ନଗର ଅଞ୍ଚଳରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୯ ଲକ୍ଷ ୨୯ ହଜାର ୨ ଶହ ଟଙ୍କା ଜବତ କରିଛନ୍ତି। ବ୍ରହ୍ମପୁର ପୋଲିସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପିନାକୀ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରଭାତ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ବ୍ରହ୍ମପୁର ଟାଉନ ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଧର୍ମ ନଗର ଅଞ୍ଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୪ ଜଣ ଜୁଆଡ଼ିଙ୍କୁ କାବୁକରି ଗିରଫ କରିଥିଲେ। ଏଥିସହ ୯,୨୯,୨୦୦/- ଟଙ୍କା ଏବଂ ୧୦୪ ଖଣ୍ଡ ତାସ ଓ ଜରି ପାଲି ଜବତ କରିଥିଲେ। ଏନେଇ ବ୍ରହ୍ମପୁର ଟାଉନ ଥାନା କେଶ ନଂ ୨୩୦/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ଶ୍ରୀ ତ୍ରିପାଠୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here