ଘର ଉପରକୁ ଚଢ଼ିଗଲା ଚଳନ୍ତା କାର :ଜଣେ ମୃତ

0
260

ବାଲିଗୁଡା(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଲଣ୍ଡାଗାଁରେ ଘଟିଛି, ଏକ ଅଭାବନୀୟ ଘଟଣା, କାର ଧକ୍କାରେ ଜଣେ ମୃତ ମୃତକ ଜଣକ ହେଲେ ଲଣ୍ଡାଗାଁର ମାର୍କଣ୍ଡ ଦଣ୍ଡିଆ (50) l ଲଣ୍ଡାଗାଁର ଜଣଙ୍କ ଘରେ ବିବାହ ଭୋଜି ଖାଇ ରାସ୍ତା ପାର୍ଶ୍ଵରେ ମାର୍କଣ୍ଡ ଛିଡା ହୋଇଥିବା ସମୟରେ ଘଟିଲା ଏପରି ଅଘଟଣ l ଖୁଵ ଜୋରରେ କାର(ନଂ.OR-01T-2449) ଟି ଆସି ଘର ଭିତରେ ପଶିଯାଇଥିଲା l ଘର ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମାର୍କଣ୍ଡକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ନିକଟସ୍ଥ କଣ୍ଟାମାଳ ମେଡିକାଲରେ ଭର୍ତ୍ତି କରିଥିଲେ l ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରି ତଦନ୍ତ ଚଳାଇଛି l ଉକ୍ତ କାରଟି ବାଲେଶ୍ୱର ଅଞ୍ଚଳର ହୋଇଥିବା ବେଳେ ସେଥିରେ 4ରୁ 5ଜଣ ବସି ଥିବା ଅନୁମାନ କରାଯାଉଥିବା ବିଷୟ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି l ଦୁର୍ଘଟଣା ପରେ କାର ଛାଡି ସେମାନେ ସମସ୍ତେ ଗାଡି ଛାଡି ଫେରାର ହୋଇ ଯାଇଛନ୍ତି l ଏ ନେଇ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ସୂଚନା ଯୋଗ୍ୟଯେ, ଏହିରାସ୍ତା ଦେଇ ପଡୋଶୀ କଳାହାଣ୍ଡି , ବଲାଙ୍ଗୀର, ଓ ବୌଦ୍ଧ ଜିଲ୍ଲା କୁ ଅବାଧରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ ହେଉଛି l ଗଞ୍ଜେଇ ଚାଲାଣ ଯୋଗୁଁ ରାସ୍ତାରେ ଅନେକ ନାମୀ ଦାମୀ ଗାଡି ଯାତାୟାତ କରୁଥିବା ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here