ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ସରୋଜ ଭଞ୍ଜଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ

0
377

ଆସିକା(ଜଗନ୍ନାଥ ସାହୁ) ଆସିକାର ଯୁବ ନେତୃତ୍ବ ତଥା ପିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସରୋଜ ଭଞ୍ଜଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ।ଆସିକା ନିକଟସ୍ଥ ଝଗଡାଇ ମଠ ଠାରେ ଥିବା ରାମେଶ୍ବର ମନ୍ଦିର ପରିସରରେ ଅନୁଷ୍ଠିତ ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଆସିକା ଅଞ୍ଚଳର ବହୁ ଯୁବକ ଯୋଗଦେଇ ସରୋଜ ଭଞ୍ଜଙ୍କ ନେତୃତ୍ବ ଓ ସାଙ୍ଗଠନିକ ଦାୟିତ୍ବ ସମ୍ପର୍କରେ ଆଲୋଚନା କରିବା ସହିତ ବେଶ ଉଚ୍ଚପ୍ରସଂଶା କରିଥିଲେ।ଆସିକା ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ଉକ୍ତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇ ସରୋଜ ଭଞ୍ଜଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ପୂର୍ବତନ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଏନ ରାଜେନ୍ଦ୍ର କୁମାର।ସରୋଜ ଜଣେ ଯୁବ ସଂଗଠକ ଏବଂ ପିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଭାବେ ସଂଗଠନକୁ ମଜବୁତ କରିବା ସହିତ ଆସିକା ଅଞ୍ଚଳରେ ଜଣେ ଜଣାଶୁଣା ଯୁବ ନେତୃତ୍ବ ଭାବେ ପରିଚିତ।ଆଗମୀ ଦିନରେ ଜନସାଧାରଣଙ୍କ ସୁବିଧା ଅସୁବିଧା ପାଖକୁ ଯାଇ ବୁଝିବା ସହିତ ଦଳୀୟ ସଂଗଠନକୁ ମଜବୁତ କରିବା ନିମନ୍ତେ ଯୁବଗୋଷ୍ଠୀଙ୍କୁ ପ୍ରେରଣା ଯୋଗାଇଥିଲେ ଶ୍ରୀ ଭଞ୍ଜ।ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ଗୋପାଳ ଦାସ,କାହ୍ନା ନାୟକ,ସୁନିଲ କୁମାର ସ୍ବାଇଁ,ସଙ୍କୁନି ବେହେରା,ବାଲାଜୀ ରାଉତ,ମୁନା ପ୍ରଧାନ,ବାସୁଦେବ ମହାରଣା,ସୁରଜ କୁମାର ସେଠୀ,ଶଙ୍କର ନାହାକ,ସରୋଜ ସାହୁ,ହେମନ୍ତ ବାରିକ,ପ୍ରଶାନ୍ତ ରାଉଳ,ଶଙ୍କର ମହାନ୍ତି ସମେତ ଅଞ୍ଚଳର ଶତାଧିକ ଯୁବକ ଯୋଗଦେଇଥିଲେ ଯୋଗଦେଇ ଥିଲେ।

LEAVE A REPLY

Please enter your comment!
Please enter your name here