ଗୁରୁଣ୍ଠି ପଞ୍ଚାୟତରେ ସ୍ୱଛ୍ଥ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ।

0
299

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଗୁରୁଣ୍ଠି ଗ୍ରାମ ପଞ୍ଚାୟତରେ ବୁଧବାର ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଗୁରୁଣ୍ଠି ପଞ୍ଚାୟତର ସରପଞ୍ଚ ଟି.ମିନତୀ ପାତ୍ରଙ୍କ ନେତୃତ୍ବରେ ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ପାଇଁ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସୁଜିତ କୁମାର ତହଲ,କନିଷ୍ଠ ଯନ୍ତ୍ରୀ ପଦ୍ମିନୀ ବେହେରା,ଗୁରୁଣ୍ଠି ପଞ୍ଚାୟତ ପିଈଓ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଜିଆରଏସ ନାରାୟଣ ସାହୁ, ଗ୍ରାମ ସଂଯୋଜକ ସ୍ବପ୍ନାକୁମାରୀ ନାୟକ, ନିରଞ୍ଜନ ସାହୁ ,ଚନ୍ଦ୍ର ଭାନୁ ନାୟକ, ହାଇସ୍କୁଲ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସେଠି, ବିଆରସି ଆରଡବ୍ଲ୍ୟୁଏସ୍ଏସ୍ ଦଣ୍ଡପାଣି ସାହୁ,ସମିତି ସଭ୍ୟ ଏମ୍ ବିଷିକେଶନ, ବିଏଫଟି ରାଜେଶ୍ୱରୀ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିବା ବେଳେ ଗ୍ରାମ ପଞ୍ଚାୟତ କର୍ମକର୍ତ୍ତା, ସଫେଇ କର୍ମଚାରୀ, ଅଙ୍ଗନବାଡି କର୍ମୀ/ସହାୟିକା, ମହିଳା ସଙ୍ଘ ଓ ସମାଜସେବୀ ଏକତ୍ରିତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରି ବିଭିନ୍ନ ସାହି ପରିକ୍ରମା ପରିସରକୁ ସଫା ରଖିବା,ଘରୁ ବାହାରୁଥିବା ଓଦା ଓ ଶୁଖିଲା ଅଳିଆ ଆବର୍ଜନାକୁ ଅଲଗା ଅଲଗା ଭାବେ ବାହ୍ୟ ମଳ ମୁକ୍ତ କରିବା,ସମସ୍ତଙ୍କ ଘରେ ପାଇଖାନା ନିର୍ମାଣ କରିବା ପ୍ରଭୃତି ସ୍ଲୋଗାନ ଦେଇ ଦେବାନ ବନ୍ଧ ପୋଖରୀକୁ ସଫେଇ କରିଥିଲେ। ପ୍ରତ୍ୟେକ ସମୟରେ ପୋଖରୀ ଯେପରି ସଫାସୁତୁରା ରୁହେ ସେଥିପ୍ରତି ସତର୍କ ରହିବାକୁ କହିବା ସହିତ ଏଥି ନିମିତ୍ତ ଏକ ଶପଥ ପାଠ କରିଥିଲେ।ବରିଷ୍ଠ ସମାଜ ସେବକ ଟି.ନରସିଂହ ପାତ୍ରଙ୍କ ଶୋଷରେ ଧନ୍ଯବାଦ ଅପଣ କରିଥିଲେ।

LEAVE A REPLY

Please enter your comment!
Please enter your name here