ବୁଗୁଡା ଅଞ୍ଚଳରେ ଦୁଇ ଦୁର୍ଘଟଣା, ୪ ଆହତ

0
328

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ସହରର ଦେଇ ଯାଇଥିବା ଆସିକା – କରସିଙ୍ଗି ରାଜ୍ୟ ରାଜପଥ ର ଆସିକା ଦିଗରେ ଝୋଲାରୀ ନିକଟରେ ବାଇକ ଦୁର୍ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ କରସିଙ୍ଗି ଦିଗରେ କଦମ୍ବ ମଠ ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଆରୋହି ଆହତ ହୋଇଥିବା ଜଣାପଡିଛି। ଆଜି ଝୋଲାରୀ ଗ୍ରାମର ଲକ୍ଷ୍ମୀ ପାଢ଼ୀ (୫୬) ନାମକ ଜଣେ ମହିଳା ବସକୁ ଫୁଲମାଳ ଦେଇ ଫେରୁଥିବା ବେଳେ ଦଶପଲ୍ଲା ଅଞ୍ଚଳର ରଙ୍ଗମାଟିଆ ଗ୍ରାମର ଲକ୍ଷ୍ମୀଧର ବେହେରା ବାଇକରେ ଆସୁଥିବା ବେଳେ ମହିଳା ଜଣଙ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ଲକ୍ଷ୍ମୀ ପାଢ଼ୀ ଓ ଲକ୍ଷ୍ମୀଧର ବେହେରା ଆହତ ହୋଇ ବୁଗୁଡା ମେଡ଼ିକାଲରେ ଚିକିତ୍ସା ହୋଇଥିଲେ। ସେହିପରି ନାଗିରି ଗ୍ରାମର ଅକ୍ଷୟ କୁମାର ପ୍ରଧାନ ଓ ରଚନା ପ୍ରଧାନ ଗତକାଲି ମତାଝରି ଯାଇ ନିଜ ଗ୍ରାମ ନାଗିରି ଫେରୁଥିବା ବେଳେ ବିରଞ୍ଚିପୁର ନିକଟ କଦମ୍ବ ମଠ ନିକଟରେ ଭାରସାମ୍ୟ ହରାଇ ପଡିଯାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଯୋଗୁଁ ଅବସ୍ଥା ଗୁରୁତର ଥିବାରୁ ବୁବୁଡ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here