ବିଜେପି ପକ୍ଷରୁ ଆସିକା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

0
332

ଆସିକା(ଜଗନ ପଣ୍ଡା) ‌କଟକ ଜିଲ୍ଲା ମାହାଙ୍ଗା ବ୍ଲକର ନୃତାଙ୍ଗରେ BJP ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ଙ୍କ ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସଂପୃକ୍ତି କୁ ନେଇ ବଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ଆସିକା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବଜେପି କର୍ମୀ ମାନେ ଥାନା ସମ୍ମୁଖରେ ମନ୍ତ୍ରୀ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାସହ ମନ୍ତ୍ରୀଙ୍କୁ ବହିସ୍କାର କରି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।ବିକ୍ଷୋଭ ପ୍ରଦର୍ଶନ ସମୟରେ ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ପ୍ରମୋଦ ପଣ୍ଡା, ଯୁବନେତା ସରୋଜ ଭଞ୍ଜ, ରବୀନ୍ଦ୍ର ପୋଲାଈ, ଦୁର୍ଗା ଆଚାରୀ, ଟିଲୁ ଜେନା, ଗିରିଜା ଦାସ, ପ୍ରମୁଖ ଶତାଧିକ ବିଜେପି କର୍ମୀ ଯୋଗଦେଇ ଡବଲ ମର୍ଡର ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ମୁଖ୍ୟ ଅଭିଯୁକ୍ତ କୁ ପୋଲିସ ଯଥାଶୀଘ୍ର ଗିରଫ କରିବାକୁ ଦାବୀ କରିଛନ୍ତି।

LEAVE A REPLY

Please enter your comment!
Please enter your name here