ଭୂମିହୀନ ଗରିବ ହିତାଧିକାରୀ ପରିବାରକୁ ପଟ୍ଟା ବଣ୍ଟନ

0
401

ଡାବୁଗାଁ (ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଓ ମେଦନା ଓ ବରଗୁଡ଼ା ଗ୍ରାମରେ ଭୂମିହୀନ ଗରିବ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରାଯାଇଛି । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋଟ ୨୯୮ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ । ଡାବୁଗାଁ ବ୍ଲକ ଚଚରାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ବରଗୁଡ଼ାରେ ଆୟୋଜିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୬୮ ଜଣ ଭୂମିହୀନ ଗରିବ ହିତାଧିକାରୀଙ୍କୁ ଘରବାରି ପଟ୍ଟା ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ସମ୍ମାନିତ ଅତିଥିଙ୍କ ମଧ୍ୟରେ ଡାବୁଗାଁ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ , ସାଂସଦଙ୍କ ପ୍ରତିନିଧି ଏମ . ଆପା ରାଓ , ବିଧାୟକ ପ୍ରତିନିଧି ଏମ . ବୁଲୁ ରାଓ , ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି ମେଦନା ପଞ୍ଚାୟତର ରାଜସ୍ବ ବିଭାଗ କାର୍ଯ୍ୟାଳୟ ପରିସରରେ ମଧ୍ୟ ଭୂମିହୀନ ଗରିବ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଏଥିରେ ୨୩ଠ ଜଣ ହିତାଧିକାରୀଙ୍କୁ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ସମେତ ଅନ୍ୟ ସମ୍ମାନିତ ଅତିଥିଙ୍କ ଦ୍ୱାରା ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା । ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମେଦନା ରାଜସ୍ୱ ନିରୀକ୍ଷକ ଏ . ଗୌରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here