ମା”ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ସୋଡକ ଟିମ୍ ଚମ୍ପିୟାନ

0
331

ପୋଲସରା(ଅନିଲ କୁମାର ମହାରଣା) ପୋଲସରା ବ୍ଳକ ନିମିନା ଗ୍ରାମପଞ୍ଚାୟତ ରଙ୍ଗମାଟି ଖେଳପଡିଆରେ ଅନୁଷ୍ଠିତ ହେଉଥିବା ମା”ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫେବୃୟାରୀ ୧୩ ତାରିଖରେ ଉଦଯାପିତ ହୋଇଥିବା ବେଳେ ସୋଡ଼କ ଟିମ୍ ଚମ୍ପିୟାନ ହୋଇଛି । ଉଦଯାପନୀ ଦିବସରେ ପୋଲସରା ବ୍ଳକର ସୋଡକ ଟିମ୍ ସହ କବିସୂର୍ଯ୍ୟନଗର ବ୍ଳକର ବାଉଁଶୀଆ ନୂଆପଲ୍ଲୀ ଟିମ୍ ମଧ୍ୟରେ ଫାଇନାଲ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ପ୍ରଥମେ ବାଉଁଶୀଆ ନୂଆପଲ୍ଲୀ ଟିମ୍ ବ୍ୟାଟିଙ୍ଗ କରି ୧୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୯୪ ରନ୍ କରିଥିଲେ ।ସୋଡକ ୧୩.୨ ଓଭରରେ ଶେଷ ବଲରେ ଚଉକା ମାରି ବିଜୟ ମୁକୁଟ ପିନ୍ଧିଥିଲେ। ସୋଡକ ଖେଳାଳି ସାଗର ମ୍ଯାନ୍ ଅଫ୍ ଦା ମ୍ଯାଚ,ମ୍ଯାନ୍ ଅଫ୍ ଦା ସିରିଜି ବିବେଚିତ ହୋଇ ଥିଲେ ଏବଂ ବାଉଁଶୀଆ ଖେଳାଳି ଶିବ ବେଷ୍ଟ ସିକ୍ସର ଭାବେ ପୁରସ୍କୃତ ହୋଇଥିଲେ। ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେଡି ବ୍ଳକ ସମ୍ପାଦକ ଅଶୋକ ବିଷୋୟୀ, ଯୁବ ବିଜେଡି ସଭାପତି ସୁଶାନ୍ତ ପୋଲାଇ, ବୁଗୁଡା ବ୍ଳକ ବିଜେଡି ଉପସଭାପତି ସୁନୀଲ କୁମାର ପାଢ଼ୀ ଓ ମଧୁପଲ୍ଲୀ ସରପଞ୍ଚ ପ୍ରତିନିଧି ବସନ୍ତ କରଣ ଉପସ୍ଥିତ ରହି ସୋରଡ଼ ଟିମ୍ କୁ ଚମ୍ପିୟାନ ଟ୍ରଫି ଓ ନୂଆପଲ୍ଲୀ ଟିମ୍ କୁ ରନର୍ସ ଅପ ଟ୍ରଫି ପ୍ରଦାନ କରିଥିଲେ । ସିଲୁ ,ବରୁଣ ଓ ଜିତେନ୍ଦ୍ର ଅମ୍ପାୟର ଭାବେ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ମୁକୁଳ ପ୍ରଧାନ ଓ ଗ୍ରାମର ଯୁବକ ଗୋଷ୍ଠୀ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here