ଓଡ଼ିଶା-ଛତିଶିଗଡ଼ ମୁଖ୍ୟରାସ୍ତା ଶୋଚନୀୟ

0
376

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକର ପଡୋଶୀ ରାଜ୍ୟ ହେଉଛି ଛତିଶିଗଡ଼ , ଦୁଇ ରାଜ୍ୟକୁ ସଂଯୋଗ କରିବାପାଇଁ ସନ୍ତୋଷପୁର ଗ୍ରାମ ଠାରୁ ଆଉଁଳି ଗ୍ରାମ ପର୍ଯ୍ୟନ୍ତ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କରାଯାଇଥିଲା । କିନ୍ତୁ ପ୍ରଶାସନ ର ଅବହେଳା ଯୋଗୁଁ ଏବେ ଉକ୍ତ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ପ୍ରତିଦିନ ଏହି ରାସ୍ତା ଉପରେ ନବରଙ୍ଗପୁର ଜିଲ୍ଲାର ଲୋକେ ନିର୍ଭର କରି ପଡୋଶୀ ରାଜ୍ୟ ର ଜଗଦଲପୁର କୁ ବିଭିନ୍ନ କାର୍ଯ୍ୟ ପାଇଁ ଯିବାଆସିବା କରିଥାନ୍ତି । ବ୍ୟବସାୟ ଠୁ ଆରମ୍ଭ କରି ଡାକ୍ତରଖାନା ସହ ବିଭିନ୍ନ କାର୍ଯ୍ୟ ପାଇଁ ଲୋକେ ପଡୋଶୀ ରାଜ୍ୟର ଜଗଦଲପୁର ସହର ଉପରେ ନିର୍ଭର କରନ୍ତି । ସେହିପରି ସୀମାବର୍ତୀ ଗ୍ରାମର ଲୋକମାନେ ପ୍ରତିଦିନ ବ୍ଲକ, ଥାନା, ତହସିଲ , ସ୍କୁଲ, କଲେଜ ଯିବା ସହ ବିଭିନ୍ନ କାର୍ଯ୍ୟ ପାଇଁ କୋଷାଗୁମୁଡା, କୋଡ଼ିଙ୍ଗା ,ନବରଙ୍ଗପୁର ଏହି ରାସ୍ତା ଦେଇ ଯାଆସ କରନ୍ତି । କିନ୍ତୁ ରାସ୍ତା ଏତେ ମାତ୍ରା ରେ ଖରାପ ହୋଇଛି ଯେ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି । ଏନେଇ ଅଞ୍ଚଳ ର ଲୋକେ ବାରମ୍ବାର ଜନପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ନିକଟରେ ରାସ୍ତାର ମରାମତି କରିବା ପାଇଁ ବହୁବାର ନିବେଦନ କରିଥିଲେ ମଧ୍ୟ ବର୍ଷବର୍ଷ ଧରି ରାସ୍ତାର ମରାମତି ହେଉନାହିଁ ବୋଲି ଅଭିଯୋଗ କରିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଉକ୍ତ ରାସ୍ତାର ମରାମତି କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here