ଭି.କେ. ପାଣ୍ଡିଆନଙ୍କ ଗ୍ରସ୍ତକୁ ନେଇ ବିଜେଡିର ପ୍ରସ୍ତୁତି ବୈଠକ

0
165

ପୋଲସରା : ଡିସେମ୍ବର ୧୭ ତାରିଖ ଦିନ ବିଜେଡି ନେତା ତଥା “ଫାଇଭି ଟି” ଓ “ଆମ ଓଡ଼ିଶା ନବୀନ ଓଡିଶା” ର ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ଜଣାପଡିଛି। ଶ୍ରୀ ପାଣ୍ଡିଆନ ସେହି ଦିନ ୫ ଟି କାର୍ଯ୍ୟକ୍ରମରେ ଯୋଗଦେବେ। ସେଥି ମଧ୍ୟରୁ ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତର ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ମଧ୍ୟ ଶ୍ରୀ ପାଣ୍ଡିଆନ ଗ୍ରସ୍ତରେ ଆସିବେ । ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ନେଇ ପୋଲସରା ବିଜୁ ଜନତା ଦଳର କର୍ମୀ ମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ସେଥିପାଇଁ ୧୪ ତାରିଖ ଦିନ ପୋଲସରା କୋଣାର୍କ କଲ୍ୟାଣ ମଣ୍ଡପରେ ବିଧାୟକ ଶ୍ରୀକାନ୍ତ ସାହୁଙ୍କ ତତ୍ତ୍ଵାବଧାନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ପାଣ୍ଡିଆନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗଦେବା ପାଇଁ ସମସ୍ତେ ଦାୟିତ୍ୱ ବହନ କରିବାକୁ ସ୍ଥିର ହୋଇଥିଲା । ଉକ୍ତ ବୈଠକରେ ପୋଲସରା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ବୁଗୁଡା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା, ପୋଲସରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରଧାନ, ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ଜିଲ୍ଲା ପରିଷଦ ମେମ୍ବର ଅଶୋକ କୁମାର ବିଷୋୟୀ, ଝୂନୁ ଦାସ, ବିକ୍ରମ କୁମାର ନାୟକ, ଗଙ୍ଗା ପାଣି ଜେନା, ପ୍ରତିନିଧି ଟୁକୁନା ସ୍ବାଇଁ ଓ ପ୍ରତିନିଧି ଜିତେନ୍ଦ୍ର ନାୟକ, ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବୁଗୁଡା ଏନଏସି ଉପାଧ୍ୟକ୍ଷା ଙ୍କ ପ୍ରତିନିଧି ତଥା ଗଞ୍ଜାମ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସୁଧାଂଶୁ ଶେଖର ପାଢ଼ୀ, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ବୁଗୁଡା ନଗର ସଭାପତି କେ.ତ୍ରିଲୋଚନ ଦୋରା, ନିର୍ବାଚନ ମଣ୍ଡଳୀ ଯୁବ ବିଜେଡି ସଭାପତି ସୁଶାନ୍ତ ପୋଲେଇ, ପୋଲସରା ବ୍ଲକ ଯୁବ ବିଜେଡ଼ି ସଭାପତି ଶିଲୁ ଦଳେଇ, ସୁକାନ୍ତ କୁମାର ଭୂୟାଁ, ଛାତ୍ର ବିଜେଡ଼ି ସଭାପତି ସମୀର ଭୂୟାଁ, ଜିଲ୍ଲା ମହିଳା ବିଜେଡ଼ି ଉପ ସଭାନେତ୍ରି କବିତା ସାହୁ, ପୋଲସରା ନଗର ବିଜେଡି ସଭାନେତ୍ରୀ କନକ ରାଉତ, ପୋଲସରା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସଂଯୁକ୍ତା ବାଡ଼ତ୍ୟା, ବୁଗୁଡା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଜ୍ୟୋତ୍ସ୍ନାମୟୀ ଗୌଡ଼, ଲିଲି ସାହୁ, ପୀତବାସ ପ୍ରଧାନ, କବିରାଜ ଗୌଡ, ମୋତିରାମ ସାହୁ, ବସନ୍ତ ଦଳେଇଙ୍କ ସମେତ ବିଜେଡିର ସମସ୍ତ ନିର୍ବାଚିତ ପ୍ରତିନିଧି ଓ କର୍ମକର୍ତ୍ତା ଯୋଗଦେଇଥିଲେ ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here