ଅବହେଳିତ ରାସ୍ତା ନିର୍ମାଣ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଘେରିଲେ ଗ୍ରାମବାସୀ

0
235

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାୟଗଡ଼ା ବ୍ଲକ ର ଲାଇଲାଇ ପଞ୍ଚାୟତ ସାନଲୋବା ଅନ୍ତର୍ଗତ କାର୍ଯୀସାହି ଗ୍ରାମ ର ପକା ରାସ୍ତା ନଥିବା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅବସରରେ ଦେଖିବାକୁ ଗଲେ ଭାରତ ସ୍ୱାଧୀନତା ପାଇ ୭୫ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ମଧ୍ୟ ସାଧାରଣ ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ହୋଇଛନ୍ତି । ସର୍ବନିମ୍ନ ସୁବିଧା ଯାହା କି ରାସ୍ତା ଆଦୈ ନ ଥିବାରୁ ସେଠାକାର ଲୋକେ ନାନାଦି ପ୍ରକାର ର ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛନ୍ତି।ସେଠାର ଲୋକେ ଆଜି ବି ନିଜ ଗ୍ରାମକୁ ସହଜରେ ଯାତାୟତ କରିବା ପାଇଁ ବହୁବାର ଧାରଣା, ଦାବି, ଅନଶନ ଆଦି କରୁଥିବା ବିଷୟ ବିସ୍ମିତ କରୁଛି । ହେଲେ ଡିଣ୍ଡିମ ପିଟୁଥିବା ଆଜି ର ମୋ ସରକାର , ଉନ୍ନୟନ କାର୍ଯ୍ୟ ଯୋରସରରେ ଚାଲୁଥିବା କଥା କହୁଥିବା ବେଳେ ଯାହା କି ପ୍ରଶାସନିକ ପକ୍ଷରୁ ବାସ୍ତବ ଚିତ୍ର ଅଲଗା ପ୍ରତିଫଳିତ ହେଉଛି । ଗଜପତି ଜିଲ୍ଲାରେ ବହୁ ଗ୍ରାମାଞ୍ଚଳ ଗୁଡିକ ଦୁର୍ଗମ ପରିସ୍ଥିରେ ପଡି ରହିଛି । ଜରୁରୀ କାଳୀନ ପରିସ୍ଥିତିରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜଙ୍ଗଲ ଘେରା ପାଦଚଲା ରାସ୍ତାରେ ନିଜର ଜୀବନକ ବାଜି ଲଗାଇ ପ୍ରତିମୂହୁର୍ତ୍ତରେ ବିପଦ ଗଣି ଚାଲିଥାନ୍ତି । ଜିଲ୍ଲାରେ ପ୍ରାୟ ବହୁ ଗ୍ରାମକୁ ରାସ୍ତା ନଥିବାର ନଜର ରହିଛି । ଏପରି ଏକ ଗ୍ରାମ ଯାହା କି ରାୟଗଡ ବ୍ଲକ ଲାଇଲାଇ ପଞ୍ଚାୟତ ସାନଲୋବା ଅନ୍ତର୍ଗତ କାର୍ଯୀ ସାହି ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ଲୋକେ ଅଭିଶପ୍ତ ଜୀବନ ବିତାଉଛନ୍ତି । ଉକ୍ତ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବହୁବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପାଖକୁ ବାରମ୍ବାର ଦୈଡିଲେ ମଧ୍ୟ କୌଣସି ସୁଫଳ ମିଳୁନି । ହେଲେ ଉକ୍ତ କାର୍ଯୀ ସାହି ଗ୍ରାମରେ ଗତ ଅଗଷ୍ଟ ୨୯ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହୋଇ ୨.୫କିମି ଜଙ୍ଗଲିରାସ୍ତାରେ ନେବା ଆଣିବା ଘଟଣା ପରେ ବହୁ ଚର୍ଚ୍ଚାରେ ରହିଛି ଏହି ଗ୍ରାମ ରାସ୍ତା । ସେଠାକାର ସମିତିସଭ୍ୟ ମୋହନ ଭୂୟାଁଙ୍କ ନେତୃତ୍ୱରେ ଶତାଧିକ ମହିଳା ପୁରୁଷ ଆଜି ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ସେଠାରେ ବସି ଶାନ୍ତିପୂର୍ଣ୍ଣ ଧାରଣା ଦେବା ସହ ବିଭିନ୍ନ ସ୍ଲୋଗାନ ମାନ ପ୍ଲାକାର୍ଡ ମାଧ୍ୟମରେ ପ୍ରଦର୍ଶିତ କରିଥିବାର ଦେଖିବାକୁ ମିଳିଥିଲା । ସେମାନେ ଏନେଇ କହିଛନ୍ତି, ଆମ୍ଭେ ବହୁବାର ଦାବି କରୁଥିଲେ ମଧ୍ୟ କେହିହେଲେ ଆମର ଗ୍ରାମ ର ସମସ୍ୟା ଶୁଣିବା ପାଇଁ ଦୃଷ୍ଟି ଆକର୍ଷଣ କରୁନଥିଲେ ସେଥିପାଇଁ ଆଜି ବାଧ୍ୟ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେଇଛୁ ଏବଂ ଏନେଇ ସ୍ମାରକପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଧାରଣା ଦୀର୍ଘ ୩ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଏ ଡିଏମ ଓ ଉପ ଜିଲ୍ଲାପାଳଙ୍କ ଆସି ବୁଝାସୁଝା କରିବା ଏବଂ ପ୍ରତିଶ୍ରୁତି ପରେ ଧାରଣାରୁ ଗ୍ରାମବାସୀମାନେ ଓହରିଥିଲେ ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here