ରାସ୍ତା ପ୍ରଶସ୍ତିକରଣ ନାଁ ରେ ଚାଲିଛି ଗଛକଟା,ପରିବେଶବିତଙ୍କ ମନରେ ଉଦବେଗ

0
324

ହିଂଜିଳିକାଟୁ(ଜଗନ୍ନାଥ ସାହୁ) ବୃକ୍ଷ ହିଁ ଜୀବନ ।ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା କିନ୍ତୁ ହିଂଜିଳିକାଟୁ ନିକଟବର୍ତ୍ତୀ ଖଣ୍ଡରା ଛକ ଠାରୁ ସାରୁଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ ନାଁ ରେ ହଜାର ହଜାର ଗଛ କଟାଯାଉଥିବାରୁ ଅଞ୍ଚଳବାସୀ ବିରୋଧ କରିଛନ୍ତି ।ତେବେ ଆଗକୁ ସରକାର ବନ ସମ୍ପଦ କ୍ଷୟ ହେଉଥିବା ଆଶଙ୍କା କରି ନାନା ସଭାସମିତି ଆୟୋଜନ କରି ବୃକ୍ଷ ଲଗାନ୍ତୁ ,ଜୀବନ ବଞ୍ଚାନ୍ତୁ ନାରା ଦେଇ ଡିଣ୍ଡିମ ପିଟୁଥିବା ବେଳେ ଏହାକୁ ଉପହାସ କଲା ଭଳି ଘଟଣାଟି ମୁଖ୍ୟମନ୍ତ୍ରୀ କଂ ନିଜର ନିର୍ବାଚନ ମଣ୍ଡଳୀ ହିଂଜିଳିରେ ଦେଖିବାକୁ ମିଳିଛି ରାସ୍ତା ପ୍ରଶସ୍ତିକରଣ ନାଁ ରେ ବୃକ୍ଷ ଚିହ୍ନି ନ ଥିବା ଶ୍ରମିକଙ୍କୁ ନିୟୋଜିତ କରାଯାଉଥିବାରୁ ବହୁ ଔଷଧୀୟ ବୃକ୍ଷ ବି ନଷ୍ଟ ହେଉଛି ।ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ନିହାତି ଆବଶ୍ୟକ ହେଉଥିବା ବେଳେ ସତର୍କତା ଅବଲମ୍ବନ ନ କରି ଆଗକୁ ଗ୍ରୀଷ୍ମ ଋତୁ ଥାଇ ବି ଏଭଳି ଗଛ କଟା ପରିବେଶ ପ୍ରତି ବିପଦ ସୃଷ୍ଟି କରିବ ବୋଲି ବହୁ ବୁଦ୍ଧି ଜୀବ ମାନେ ମତବ୍ୟକ୍ତ କରିଛନ୍ତି ।ଘୋଡାହାଡ଼ ବ୍ରିଜ ଉପରମୁଣ୍ଡ ରାସ୍ତା ପ୍ରଶସ୍ତ ସମ୍ଭବ ନୁହଁ ,ଗଛ କାଟିବା କ’ଣ ଆବଶ୍ୟକ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ।ତେବେ ଏ ନେଇ ଏନଏଚ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସାହୁଙ୍କୁ ପଚାରିବାରୁ ରାସ୍ତା ପ୍ରଶସ୍ତ ପାଇଁ ଗଛ କଟାଯାଇଥିବା ସୂଚନା ଦେଇଥିଲେ ।ତେବେ ନୂଆ ବୃକ୍ଷରୋପଣ କେବେ ଲଗା ହେଉଛି ଦେଖିବାକୁ ବାକି ରହିଲା

LEAVE A REPLY

Please enter your comment!
Please enter your name here