ବି.ଇ.ଓ , ଏବିଇଓ,ବିଆର୍.ସି.ସି ଓ ସି.ଆର୍.ସି.ସି ମାନଙ୍କୁ ନେଇ ପୂର୍ବ ପ୍ରସ୍ତୁତି

0
660

ଭଞ୍ଜନଗର(ନିଲୁ ବିଷୋୟୀ) ଆସନ୍ତା କାଲିର ଦଶମ ଶ୍ରେଣୀ ପିଲାଙ୍କ ଅଭିଭାବକ ଙ୍କ ସମ୍ମିଳନୀ ହେବାକୁ ଯାଉଛି । ଏଥି ନିମନ୍ତେ ଭଞ୍ଜନଗର ବ୍ଳକରେ ବି.ଇ.ଓ ଏସ୍. ଧନଞ୍ଜୟ ଏବିଇଓ,ବିଆର୍.ସି.ସି ଓ ସି.ଆର୍.ସି.ସି ମାନଙ୍କୁ ନେଇ ପୂର୍ବ ପ୍ରସ୍ତୁତି କରିଛନ୍ତି । ସରକାରୀ ନିର୍ଦ୍ଦେଶନାମା ପ୍ରକାରେ ସତୁରି ଜଣ ପିତା ମାତା ବା ଅଭିଭାବକ ଙ୍କୁ ନେଇ ଗୋଟିଏ ରୁମରେ ମିଟିଂ ହେବ , ଯଦି ସଂଖ୍ୟା ଅଧିକ ଅଛି ତାହେଲେ ଦୁଇଟି ରୁମ ରେ ମିଟିଂ କରିବେ ବୋଲି ସୂଚନା ରହିଛି । ସେହିପରି ବିଦ୍ୟାଳୟ ଗେଟରେ ବ୍ୟାନର ରହିବ ଓ ମିଟିଂ ରୁମରେ ମଧ୍ୟ ବ୍ୟାନର ରହିବ ଯେଉଁଥିରେ ଏହି ମିଟିଂର ଉଦ୍ଦେଶ୍ୟ ସ୍ପଷ୍ଟ ଲେଖାଥିବ । ସମସ୍ତେ ମାସ୍କ,ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ ଓ ସାମାଜିକ ଦୂରତା ବଜାୟ ରଖିବେ । ମିଟିଂ ଚାଲିବା ସହ ପିଲାଙ୍କ ପାଠ ପଢା ମଧ୍ୟ ଅନ୍ୟ ରୁମରେ ଚାଲୁ ରହିବ ସେଥିପ୍ରତି ପ୍ରଧାନ ଶିକ୍ଷକ ତଥା ସମସ୍ତ ଷ୍ଟାଫ ଧ୍ୟାନ ଦେବେ । ମିଟିଂ ଶେଷରେ ଅଭିଭାବକଙ୍କ ଫିଡବ୍ୟାକ ନିଆଯିବ ଓ ଲିଖିତ ତଥ୍ୟକୁ ସି.ଆର୍.ସି.ସି ଦେଇଥିବା ଫର୍ମଟି ପୂରଣ ସହ ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ ପାଇଁ ପ୍ରଦାନ କରିବାକୁ କୁହାଯାଇଛି । ବହୁତ ଦିନ ପରେ ସ୍କୁଲ ଖୋଲିଛି ଓ ପିତା ମାତା ନିଜ ସନ୍ତାନର କ୍ୟାରିୟର କୁ ନେଇ ଚିନ୍ତିତ ଅଛନ୍ତି ଏଣୁ ଏହି ମିଟିଂରେ ସରକାରଙ୍କ ପଦକ୍ଷେପ ଗୁଡିକୁ ସେମାନଙ୍କୁ ଜଣାଇବା ସହ ପିଲାମାନଙ୍କ ଉପସ୍ଥାନ କିପରି ବୃଦ୍ଧି ପାଇବ ସେଥିପାଇଁ ବି.ଇ.ଓ ମହୋଦୟ ଧ୍ୟାନ ଦେବାକୁ କହିଛନ୍ତି । ଏହା ସହ ପିଲାମାନେ କିପରି ମିଳିଥିବା ପରୀକ୍ଷା ଦର୍ପଣ ପୁସ୍ତିକାକୁ ପଠନ କରିବେ ଏବଂ କୋଭିଡ ଗାଇଡଲାଇନ ମାନିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଭଞ୍ଜନଗର ବ୍ଳକର ସମସ୍ତ ସି.ଆର୍.ସି.ସିଙ୍କ ସମେତ ଏବିଇଓ ଜଗବନ୍ଧୁ ଜେନା,ସୂର୍ଯ୍ୟ ନାଇକ ଓ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ରହି ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଳକରେ କିପରି ସଫଳ ହେବ ସେଥିପାଇଁ ନିଜର ମତାମତ ରଖିଥିଲେ।

LEAVE A REPLY

Please enter your comment!
Please enter your name here