ବିଜେଡି ଯୁବ ସମାବେଶ ଅନୁଷ୍ଠିତ

0
378

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ଆଜି ବିରାଟ ବିଜେଡି ଯୁବ ସମାବେଶ ନବରଙ୍ଗପୁର ସ୍ଥାନୀୟ ଆର. ସି. ଡି ପଡିଆରେ ଅନୁଷ୍ଠିତ ହୋଇ ଯାଇଛି l ନବରଙ୍ଗପୁର ଜିଲ୍ଲାରେ ବିଜୁ ଯୁବ ଛାତ୍ର ଜନତା ଦଳର ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୁବ ଓ ଛାତ୍ର ମାନଙ୍କର ଆଦର୍ଶ, ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଯୋଗ ଦେଇଛନ୍ତି । ଶ୍ରୀ ଦାସବର୍ମା ଅଭିଭାଷଣ ରଖିଥିଲେ ଆଗାମୀ ଦିନରେ ଯୁବ ଓ ଛାତ୍ର ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରେ ସୃଦୃଢ଼ କରିବାର ପ୍ରମୁଖ ଦାୟିତ୍ଵ ନିର୍ବାହ କରିବେ ଏବଂ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସ୍ଵଛ ଶାସନ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ଏହି ପରିପକ୍ଷରେ ଯୁବ ଓ ଛାତ୍ର ମାନଙ୍କୁ ଉପଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ସାଂସଦ ରମେଶ ଚନ୍ଦ୍ର ମାଝୀ, ରାଜ୍ୟ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ, ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ପ୍ରଣବ ବଳବନ୍ତରାୟ, ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ, ଡାବୁଗାଁ ବିଧାୟକ ଶ୍ରୀଯୁକ୍ତ ମନୋହର ରାନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ରାଜ୍ୟ ପରିଷଦ ସଦସ୍ୟ ଅର୍ଜୁନ ତ୍ରିପାଠୀ, ଜିଲ୍ଲା ଯୁବ ସଭାପତି ଶିବାନନ୍ଦ ବିଶୋଇ ଓ ଜିଲ୍ଲା ଛାତ୍ର ସଭାପତି ସୁଧାଂଶୁ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here