ଜଗନ୍ନାଥପ୍ରସାଦ ରେ ବ୍ଳକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ

0
281

ଭଞ୍ଜନଗର : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଆନୁକୂଲ୍ୟରେ ନେହେରୁ ଯୁବକେନ୍ଦ୍ର ତରଫରୁ ଦିଗବିଜୟ ଯୁବସଂଘ ଏବଂ ବାଙ୍କମୁହିଁ ଯୁବସଂଘ ସହଯୋଗରେ ଜଗନ୍ନାଥପ୍ରସାଦ ମିନିଷ୍ଟାଡିୟମ୍ ପରିସରରେ ବ୍ଳକ୍ ସ୍ତରୀୟ କ୍ରୀଡ଼ା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି I ଏହି କ୍ରୀଡ଼ା ଉତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜଗନ୍ନାଥପ୍ରସାଦ ଥାନା ଅଧିକାରୀ ଦିଲ୍ଲୀପ କୁମାର ସ୍ୱାଇଁ ,ଅବସରପ୍ରାପ୍ତ ଅଧ୍ୟାପକ ଲୋକନାଥ ମହାନ୍ତି ,ଡିଇଓ ସରୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ I ଏହି ଅବସରରେ ଅନୁଷ୍ଠିତ ସାତୋଟି କ୍ରୀଡ଼ା ବିଭାଗରେ 150 ରୁ ଊର୍ଦ୍ଧ୍ଵ କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଥିଲେ I କାର୍ଯ୍ୟକ୍ରମକୁ ପାଞ୍ଚ ଜନ କ୍ରୀଡ଼ା ଶିକ୍ଷକ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର କର୍ମକର୍ତ୍ତା ଦିପ୍ତିମୟୀ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here