୬୬ତମ ଜିଲ୍ଲା ସ୍ତରୀୟ ବନ୍ୟ ପ୍ରାଣୀ ସପ୍ତାହ ଅବସରରେ ଭଞ୍ଜନଗର ବ୍ଲକ ପାଇଁ ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଓ ଗୀତାଞ୍ଜଳି ତ୍ରିପାଠୀ ଙ୍କୁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ

0
500

ଭଞ୍ଜନଗର(ନିଲୁ ବିଷୋୟୀ) ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ପ୍ରେରଣା ବାର୍ତା କ୍ରମେ କୋରନା କଟକଣା ପାଇଁ ଚଳିତ ବର୍ଷ ୨୦୧୯/୨୦ ବର୍ଷ ପାଇଁ ବନ୍ୟପ୍ରାଣୀ ସପ୍ତାହ ଅବସରରେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପୁରସ୍କାର ଜିଲ୍ଲା ସ୍ତରରେ ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଆଂଚଳିକ ମୁଖ୍ୟ ବନ ସଂରକ୍ଷକ ଙ୍କ କାଯ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ ୬୬ ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ଭଞ୍ଜନଗର ବ୍ଲକ ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ରେ ସମ୍ମାନୀତ କରାଯାଇଛି। ସାଇ ଗୁରୁକୁଳ ବିଦ୍ୟାଳୟ ସଭାପତି ଶୂଳପାଣି ଶତପଥୀ ଓ ଅଧ୍ୟକ୍ଷ ଅଜିତ କୁମାର ଶତପଥୀ ଉପସ୍ଥିତ ରହି ଏହି ପୁରସ୍କାର ସହ ୨୦ ହଜାର ଟଙ୍କା ଚେକ୍ ରାଶି ଗ୍ରହଣ କରିଛନ୍ତି । ସେହିପରି ପ୍ରକୃତି ବନ୍ଧୁ ପୁରସ୍କାର ପାଇଁ ଭଞ୍ଜନଗର ର ସ୍ୱଚ୍ଛ ସାଥି ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଗୀତାଞ୍ଜଳି ତ୍ରିପାଠୀ ଙ୍କୁ ଏହି ପୁରସ୍କାର ରେ ସମ୍ମାନୀତ କରାଯିବା ସହିତ ୧୦ ହଜାର ଟଙ୍କା ଚେକ୍ ରାଶି ପ୍ରଦାନ କରାଯାଇଛି। ଚଳିତ ବର୍ଷର ପୁରସ୍କାର ରାଶି କୁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଦୁଇ ଗୁଣ କରାଯାଇ ପ୍ରଦାନ କରାଯାଇଥିବା ଜଣାପଡିଛି। ଆଜିର ଏହି କାଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ଆଞ୍ଚଳିତ ମୁଖ୍ୟ ବନ୍ୟ ସଂରକ୍ଷକ ପ୍ରଶାନ୍ତ କୁମାର ମିଶ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକ , ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସତ୍ୟ ନାରାୟଣ ବେହୁରା, ଅବସରପ୍ରାପ୍ତ ଏସିଏଫ ତ୍ରୀନାଥ ପଟ୍ଟନାୟକ, ଏସିଏଫ ଅଶୋକ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ବହୁ ବନପାଳ, ବନରକ୍ଷୀ ଓ ପରିବେଶ ପ୍ରେମୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here