ବର୍ଦ୍ଧିତ ଘର ଟିକସ ପ୍ରତ୍ୟାହାର ଦାବି

0
326

ବ୍ରହ୍ମପୁର() ଚଳିତବର୍ଷ କରୋନା ସଂକ୍ରମଣ ସମୟରେ ସମଗ୍ରଦେଶରେ ଲକଡାଉନ ପରିସ୍ଥିତିରେ ବ୍ରହ୍ମପୁର ମହାନଗର ନିଗମ କତୃପକ୍ଷ ଲୋକଙ୍କ ଉପରେ ଯେଉଁପ୍ରକାର ବର୍ଦ୍ଧିତ ଘର ଟିକସ ଲଦି ଦେଇଛନ୍ତି, ତାହା ସମ୍ପୂର୍ଣ ଭାବେ ଅଗଣତାନ୍ତ୍ରିକ ଓ ବେନିୟମ ପଦକ୍ଷେପ ଅଟେ l ନିଗମ କାଉନସିଲ ପ୍ରାୟ ଦେଢ଼ ବର୍ଷରୁ ଭାଙ୍ଗି ଲୋକ ପ୍ରତିନିଧି ଶୂନ୍ୟ ହୋଇପଡ଼ିଥିବା ବେଳେ ସୁଯୋଗ ଉଣ୍ଡି ମହାନଗର ନିଗମ କତୃପକ୍ଷ ଟିକସ କୁ ବୃଦ୍ଧି କରିଛନ୍ତି l ଲକଡାଉନ ପରିସ୍ଥିତିରେ ଲୋକଙ୍କ କାମ ବନ୍ଦ ଥିବାବେଳେ ବରଂ ଟିକସ ଛାଡ଼ କରାଯିବା କଥା କିନ୍ତୁ ବ୍ରହ୍ମପୁରରେ ତାହାର ବ୍ୟତିକ୍ରମ ଦେଖାଯାଇଛି l ବ୍ରହ୍ମପୁର ବ୍ୟତୀତ କୌଣସି ସହରରେ ଟିକସ ବୃଦ୍ଧି ହୋଇନାହିଁ l ଆଜି ବିଜିପୁର କମ୍ୟୁନିଟି ହଲ ଠାରେ ବ୍ରହ୍ମପୁରର କିଛି ବୁଦ୍ଧିଜୀବୀ ଏକାଠି ହୋଇ ଏହି ଅନ୍ୟାୟ ଟିକସ ବୃଦ୍ଧି କୁ ଦୃଢ଼ ବିରୋଧ କରିଛନ୍ତି l କୌଣସି ପ୍ରସ୍ତାବ, ଆଲୋଚନା ନ ହେlଇ ଏକ ପାଖିଆଭାବେ ମହାନଗର ନିଗମ କତୃପକ୍ଷଙ୍କ ଏହି ଜନବିରୋଧୀ ନିଷ୍ପତ୍ତି ବିରୁଦ୍ଧରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଗଞ୍ଜାମ ବାର ଏସୋସିଏସନ ର ସାଧାରଣ ସମ୍ପାଦକ ରାମକୃଷ୍ଣ ମହାରଣା,ବଂଶୀଧର ଭୂୟାଁ, ଗଗନ ମଲ୍ଲିକ, ସମ୍ବଶିବା ରାଓ, ବିଜୟ ବିଶୋଇ,ବି.ସ୍ୱରାଜ୍ୟ ସୁବୁଦ୍ଧି, ଏସ. କେଶବ ଲିଙ୍ଗମ,ବିନୋଦ କୁମାର ଜେନା,ଯୁଧିଷ୍ଠିର ରାଉତ, ରମେଶ ଚନ୍ଦ୍ର ବେହେରା,ରମାଦେବୀ ପାଣିଗ୍ରାହୀ,ରାଜେନ୍ଦ୍ର ପଣ୍ଡା, ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l* *ଶେଷରେ ବୁଦ୍ଧିଜୀବୀଙ୍କୁ ନେଇ ଏକ କମିଟି ତିଆରି ହୋଇ ଆବାହକ ଭାବେ ଗଗନ ଚନ୍ଦ୍ର ମଲ୍ଲିକ, ସହ ଆବାହକ ଭାବେ ବି. ସ୍ୱରାଜ୍ୟ ସୁବୁଦ୍ଧିଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି l ଆସନ୍ତାଦିନରେ ନିଗମ କତୃପକ୍ଷଙ୍କ ଠାରେ ଦାବି ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହେଲା l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here