ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ପଞ୍ଚାୟତ ଠାରେ ମୋ ତହସିଲ କାର୍ଯ୍ୟକ୍ରମ

0
333

ଆସିକା(ଜଗନ୍ନାଥ ସାହୁ) ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ପଞ୍ଚାୟତ ଠାରେ ମୋ ତହସିଲ କାର୍ଯ୍ୟକ୍ରମ ଅନୁଷ୍ଠିତ।ଜମିଜମା ପଟ୍ଟ ସମ୍ପର୍କିତ ସମସ୍ତ ସମସ୍ୟା ଗୁଡିକର ଆଶୁ ସମାଧାନ କରିବା ସହିତ ବିଭିନ୍ନ ଜାତିଗତ ପ୍ରମାଣପତ୍ର ଏବଂ ଆୟ ପ୍ରମାଣପତ୍ର ଆଦି ଗୁଡିକୁ ସମାଧାନ କରିବା ସହିତ ଜରୁରୀସେବା ପ୍ରଦାନ କରାଯାଇଥିବା ଜଣାପଡିଛି।ଉକ୍ତ କାର୍ଯ୍ୟକ୍ରମରେ ଆସିକା ତହସିଲଦାର ସଦାନନ୍ଦ ସେଠୀ,ଆସିଷ୍ଟାଣ୍ଡ କଲେକ୍ଟର ଆଦିତ୍ୟ ଗୋଏଲ,ଉପବିଭାଗୀୟ ଅଧିକାରୀ ପ୍ରସନ୍ନ କୁମାର ତ୍ରୀପାଠି,ବାବନପୁର ସରପଞ୍ଚ ସୌଦାମିନୀ ନାୟକ ସମେତ ତହସିଲ ଅଫିସର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ବାବନପୁର ସରପଞ୍ଚ ପ୍ରତିନିଧି ଶ୍ରୀଯୁକ୍ତ ଅନୀଲକୁମାର ନାୟକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here