ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କମିଟି ଓ ଚାମ୍ବର ଅଫ କମର୍ସ ର ମିଳିତ ବୈଠକଓ ନବମ ପୋଷ୍ଟକାର୍ଡ ଅଭିଯାନ

0
262

ବ୍ରହ୍ମପୁର() ବ୍ରହ୍ମପୁର ଠାରେ ବିମାନ ବନ୍ଦର ସ୍ଥାପନ ନେଇ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ଗଞ୍ଜାମ ଚାମ୍ବର ଅଫ କମର୍ସ ର ମିଳିତ ଆନୁକୂଲ୍ୟରେ ଚାମ୍ବର ଅଫ କମର୍ସ ର କାର୍ଯ୍ୟାଳୟରେ ଏକ ସଭା ଆୟୋଜିତ ହେବା ସହ ବଡ଼ବଜାର ଛକ ଠାରେ ନବମ ପୋଷ୍ଟକାର୍ଡ ଅଭିଯାନ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଚାମ୍ବର ଅଫ କମର୍ସ ର ସଭାପତି ଇ. ଶିଵ ପ୍ରସାଦ ରାଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବୈଠକରେ ଓଡିଶା ବ୍ୟବସାୟୀ ମହାସଂଘ ର ସଭାପତି ch. ରବୀନ୍ଦ୍ର ନାଥ, ଚାମ୍ବର ଅଫ କମର୍ସ ର ସମ୍ପାଦକ ଭି. ସନ୍ତୋଷ କୁମାର, ବିମାନ ବନ୍ଦର ସ୍ଥାପନ ମିଳିତ କମିଟିର ଆବାହକ ରାଜେନ୍ଦ୍ର ପଣ୍ଡା, ସହଆବାହକ ଅବନୀ ଗୟା ମଞ୍ଚାସିନ ଥିଲେ l ରାଜ୍ୟ ସରକାର କେନ୍ଦ୍ର ଠାରେ ଗଞ୍ଜାମ ଜିଲ୍ଲା ସମ୍ବନ୍ଧୀୟ କୌଣସି ପ୍ରସ୍ତାବ ଦେଇନଥିବା ବେଳେ ଉକ୍ତ ପ୍ରସଙ୍ଗ ନେଇ ଜିଲ୍ଲାରେ ବିରୋଧୀ ଦଳ ମାନେ ମଧ୍ୟ ପ୍ରତିକ୍ରିୟାଶୂନ୍ୟ ହୋଇପଡିଛନ୍ତି l ସ୍ଥାନୀୟ ବିଧାୟକ ଓ ସାଂସଦ ତୁରନ୍ତ ସ୍ଵେଛାକୃତ ଭାବେ ଜନଗଣଙ୍କ ଏହି ଦାବିକୁ ପୂରଣ କରିବାପାଇଁ ଆଜିର ସଭାରେ ଦାବି ଉଠିଛି l ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା,ସହଆବାହକ ଅବନୀ ଗୟା ଙ୍କୁ ଏହି ଅବସରରେ ଉପଢୌକନ ଦେଇ ସମ୍ମାନିତ କରାଯାଇଛି l ପରେ ଜାମୁଲl ସୁରେଶ,ରମେଶ ଚନ୍ଦ୍ର ବେହେରା, ଡ଼ା. ରାମହରୀ ଖଣ୍ଡୁଆଳ, ବିଶ୍ୱଦେଵ , ଏସ. ପ୍ରକାଶ ଚନ୍ଦ୍ର ପାତ୍ର, ବି. ସ୍ୱରାଜ୍ୟ ସୁବୁଦ୍ଧି ପ୍ରମୁଖ ବଡବଜାର ଛକ ଠାରେ ନବମ ପୋଷ୍ଟକାର୍ଡ ଦସ୍ତଖତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l

LEAVE A REPLY

Please enter your comment!
Please enter your name here