ଆଟିଗାଁ ଗ୍ରାମରେ ପ୍ରସିଦ୍ଧ ମଣ୍ଡେଇ ଯାତ୍ରା ଅନୁଷ୍ଠିତ

0
450

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଆଟିଗାଁ ଗ୍ରାମରେ ଆଦିବାସୀଙ୍କ ପ୍ରସିଦ୍ଧ ବାର୍ଷିକ ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡେଇ ଯାତ୍ରା ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ । ଚଳିତ ବର୍ଷ କୋଭିଡ ନିୟମ ଅନୁଯାୟୀ ମଣ୍ଡେଇ ଯାତ୍ରା ପରିବେଷଣ କରାଯାଇଥିଲା । ପ୍ରଥମେ ଆଟିଗାଁ ଓ ଆଖପାଖ ଗ୍ରାମରୁ ଶତାଧିକ ଦେଓ ଲାଠି , କୁର୍ଚି , ପାଲିଙ୍କି ଆସି ଗୋଟିଏ ଜାଗାରେ ରୁଣ୍ଡ ହୋଇଥିଲେ । ତାପରେ ଗ୍ରାମର ମୁଖ୍ୟ ଦେବତାଙ୍କ ଆଜ୍ଞା ମାଳ ଆସିବା ପରେ ଗ୍ରାମର ସମସ୍ତ ଦେବତାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସମସ୍ତ ଲାଠି , କୁର୍ଚି ଓ ପାଲିଙ୍କି ଗ୍ରାମ ପରିକ୍ରମା କରିଥିଲେ । ଏଥିରେ ସ୍ଥାନୀୟ ମୁଖ୍ୟ ଦେବା ଦେବୀ ମନ୍ଦିର ପୂଜାରି , ଶିରା , ଚଲାଣ , ଗାଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଦିବାସୀଙ୍କ ପରମ୍ପରା ଅନୁଯାୟୀ ଦେବାଦେବୀ ଙ୍କ ପୂଜାପାଠ କରିଥିଲେ । ବିଶ୍ୱାସ କରାଯାଏ କି ଗ୍ରାମର ଦେବାଦେବୀ ଙ୍କୁ ପୂଜାପାଠ କରି ସନ୍ତୁଷ୍ଟ କଲେ ଅଞ୍ଚଳରେ ରୋଗ ବ୍ୟାଧି , ମହାମାରୀ ଆସେ ନାହିଁ ଓ ଆସନ୍ତା ଫସଲ ଭଲ ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ମଣ୍ଡେଇ ଯାତ୍ରା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ରାତ୍ର ସମୟରେ ମଣ୍ଡେଇ ଯାତ୍ରା ପଡିଆ ଠାରେ ଆଦିବାସୀ ନାଟକ ପରିବେଷଣ ହେବାନେଇ ମଣ୍ଡେଇ ଯାତ୍ରା କମିଟି ପକ୍ଷରୁ ସୂଚନା ମିଳିଛି । ଶାନ୍ତିଶୃଙ୍ଖଳା ରକ୍ଷାପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here