ଘର ଭିତରେ ଭୟଙ୍କର ବିସ୍ପୋରଣ, ୬ ଗୁରୁତର

0
271

କୋଦଳା: ଗଂଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡି ଗ୍ରାମରେ ଆଜି ସକାଳୁ ଏକ ବିସ୍ପୋରଣରେ ଗୋଟିଏ ପରିବାରର ୬ ଜଣ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ବେରୁଆଁବାଡି ଗ୍ରାମର ଶିଅଳ ସାହିରେ ଦଣ୍ଡପାଣି ବେହେରାଙ୍କ ଘରେ ଆଜି ସକାଳ ପ୍ରାୟ ୧୧ ଘଣ୍ଟ ସମୟରେ ହଠାତ ଏକ ବଡ଼ ଧରଣର ବିଷ୍ଫୋରଣ ହୋଇଥିଲା। ବିଷ୍ଫୋରଣରେ ଦଣ୍ଡପାଣି ବେହେରାଙ୍କ ପୁଅ ବଳିଆ ବେହେରା ଗୁରୁତର ଭାବେ ଆହତ ହୋଇଥିବା ବେଳେ ପରିବାରର ଅନ୍ଯ ୫ ଜଣ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ତେବେ ଗୁରୁତର ଆହତ ହୋଇଥିବା ବଳିଆକୁଂ ତୁରନ୍ତ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଅନ୍ୟ ୫ ଜଣ ବିଷ୍ନୁ ବେହେରା, ମିଥୁନ ବେହେରା, ଜଡା ବେହେରା, ଶ୍ରୀହରି ବେହେରା ଓ କୈଳାଶ ବେହେରାଙ୍କୁ କୋଦଳା ହସ୍ପିଟାଲରେ ଚିକିତ୍ସିତ କରାଯିବା ପରେ ସେମାନଙ୍କୁ ମଧ୍ୟ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା।ବିଷ୍ଫୋରଣରେ ଦଣ୍ଡପାଣିକଂ ଘର ସମେତ ପଡୋଶୀ ୨ ଟି ଘର ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇ ଯାଇଛି।ଖବର ପାଇ ଘଟଣା ସ୍ଥଳରେ କୋଦଳା ଥାନା ଅଧିକାରୀ, ପୁରୁଷୋତ୍ତମପୁର ଏସଡିପିଓ, ଛତ୍ରପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପହଞ୍ଚି ଘଟଣାର ଛାନଭିନ୍ ଆରମ୍ଭ କରିଛନ୍ତି। ଏଥି ସହିତ କୋଦଳା ଦମକଳବାହିନୀ ମଧ୍ୟ ପହଞ୍ଚିଥିବା ସୂଚନା ମିଳିଛି। ତେବେ ବିଷ୍ଫୋରଣ କେମିତି ଘଟିଲା, ବିଷ୍ଫୋରଣ ପଛରେ ପ୍ରକୃତ କାରଣ କଣ ଥାଇପାରେ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ଏନେଇ ପୋଲିସ ମଧ୍ୟ କୌଣସି ସୂଚନା ଦେଇନାହିଁ। ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।

LEAVE A REPLY

Please enter your comment!
Please enter your name here