ଯୋଗୀମାରି ରେ ଶ୍ରୀମଦ୍ ଭାଗବତ କଥା ସପ୍ତାହ ଶୁଭାରମ୍ଭ

0
796

ଭଞ୍ଜନଗର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାନକୋଦଣ୍ଡା ପଂଚାୟତ ର ଯୋଗୀମାରି ଗ୍ରାମରେ ଶ୍ରୀମଦ୍ ଭାଗବତ କଥା ସପ୍ତାହ ଆଜି ଠାରୁ ଶୁଭାରମ୍ଭ ହୋଇଯାଇଛି। ଏହି କାଯ୍ୟକର୍ମ ଦୀର୍ଘ ୭ ଦିନ ଧରି ଚାଲିବ। ଆଜି ପ୍ରଥମ ଦିନରେ କଳସ ଯାତ୍ରା ହେବା ସହ ଗ୍ରାମର ସମସ୍ତ ମହିଳା ମାନେ କଳସ ଧରି ଗାଁ ପରିକ୍ରମା କରିଥିଲେ। ସୂଚନାଯୋଗ୍ୟ ଏହି ଭାଗବତ ସପ୍ତାହ ଗ୍ରାମରେ ପ୍ରତି ୨ବର୍ଷକୁ ଥରେ ବ୍ରହ୍ମଚାରୀ ଶ୍ରୀ ଦିଲୀପ କୁମାର ପ୍ରଧାନଙ୍କ ମାର୍ଗଦର୍ଶନ ରେ ହୋଇ ଆସୁଛି।ଚଳିତ ବର୍ଷ ଏହା ହେଉଛି ୨ ସଂକରଣ ଶ୍ରୀ ଦିଲୀପ ପ୍ରଧାନଙ୍କ ଏଭଳି କାଯ୍ୟକୁ ଚାରିଆଡୁ ଶୁଭେଚ୍ଛା ର ସୁଅ ଛୁଟୁ ଥିବାବେଳେ ତାଙ୍କୁ ଏଥିରେ ଯୋଗୀମାରି ଗ୍ରାମର ସମସ୍ତ ଗ୍ରାମବାସୀ ବୁନ୍ଦ ଓ ସ୍ୱାମୀ ବିବେକାନନ୍ଦ ଯୁବକ ସଂଘର ସମସ୍ତ ସଦସ୍ୟ ମାନେ ସହଯୋଗ କରିଛନ୍ତି। ବିଗତ ବର୍ଷ ଭଳି ମଧ୍ୟ ଚଳିତ ବର୍ଷ ଏହି କାଯ୍ୟକର୍ମ ରେ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ପରିଲକ୍ଷିତ ହେବ ବୋଲି ଆଶା କରାଯାଉଛି। ଏହି ଭାଗବତ ସପ୍ତାହ କାଯ୍ୟକର୍ମ ରେ ଓଡ଼ିଶାର ଶ୍ରୀ କ୍ଷେତ୍ର ପୁରୀ ଗୌଡିୟା ମଠର ସୁନାମଧନ୍ୟ ଭାଗବତ ପ୍ରବକ୍ତା ଶ୍ରୀପାଦ୍ ବଂଶୀବଦନ ଦାସ ବ୍ରହ୍ମଚାରୀ ଭାଗବତ ପାଠ କରିବେ ଓ ଶ୍ରଦ୍ଧାଳୁ ମାନକୁ ତାଙ୍କ ପ୍ରବକ୍ତା ରେ ବାନ୍ଧି ରଖିବେ ଏହି କାଯ୍ୟକର୍ମ ପ୍ରତିଦିନ ସନ୍ଧ୍ୟା ୬ଟା ୩୦ ମିନିଟ ରେ ଆରମ୍ଭ ହୋଇ ରାତ୍ର ୧୦ ରେ ସରିବ ।

LEAVE A REPLY

Please enter your comment!
Please enter your name here