ସ୍ୱର୍ଗତ ହରିଶ୍ଚନ୍ଦ୍ର ମେମୋରିଆଲ ଅନ୍ତରାଜ୍ୟ କୋବାଡି ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
383

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଉକିଆପାଲି ପଞ୍ଚାୟତ ଅନ୍ତର୍ଗତ ପନାରାଗୁଡା ଠାରେ ଅନ୍ତରାଜ୍ୟ ସ୍ବର୍ଗତ ହରିଶ୍ଚନ୍ଦ୍ର ମେମୋରିଆଲ କୋବାଡି ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ଓଡ଼ିଶାର ବି. ଦୁରଗାଁ ଓ ଛତିଶିଗଡ଼ ରାଜ୍ୟ ଜଗଦଲପୁର ପୁଲିସ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜଗଦଲପୁର ପୁଲିସ ଟିମ ବିଜୟ ହାସଲ କରିଛନ୍ତି । ବିଜେତା ଦଳକୁ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ବେଳେ ଉପବିଜେତା ବି. ଦୁରଗାଁ ଦଳକୁ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ଉଦଯାପନ ଦିବସରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇଥିବା ବେଳେ ସନ୍ନମାନୀୟ ଅତିଥି ରୂପେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ସାଂସଦ ପ୍ରତିନିଧି ଯୋଗେନ୍ଦ୍ର ସ୍ୱାଇଁ , କୋଷାଗୁମୁଡା ବ୍ଲକ ବିଜେଡି ସଭାପତି ପ୍ରଶାନ୍ତ ବକ୍ସି , ସ୍ଥାନୀୟ ସରପଞ୍ଚ ଦେବରାଜ ମାଝୀ ଓ ଅନ୍ୟମାନେ ଯୋଗଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଗତ ଏକ ତାରିଖରୁ ଆରମ୍ଭ ହୋଇଥିଲା । ଏଥିରେ ଓଡ଼ିଶାର ୧୬ ଟି ଓ ଛତିଶିଗଡ଼ ରାଜ୍ୟର ୧୬ଟି ଦଳ ଭାଗ ନେଇଥିଲେ । ଆଜିର ଫାଇନାଲ ମ୍ୟାଚ ଦେଖିବାକୁ ଓଡ଼ିଆ ସମେତ ଛତିଶିଗଡ଼ ଅଞ୍ଚଳର ଶତାଧିକ ଖେଳପ୍ରେମୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଏହି ଟୁର୍ଣ୍ଣାମେଣ୍ଟ କୁ ପନାରାଗୁଡା ଗ୍ରାମ ସହିତ ଆଖପାଖ ଗ୍ରାମର ଯୁବ ଗୋଷ୍ଠୀ ପକ୍ଷରୁ ଆୟୋଜନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here