ଭଞ୍ଜନଗର ବ୍ଳକ ସି.ଆର୍.ସି.ସି ସଂଘ ତରଫରୁ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ସ୍ବାଗତ ସମ୍ବର୍ଦ୍ଧନା ସଭା

0
315

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ବ୍ଳକ ସି.ଆର୍.ସି.ସି ସଂଘ ତରଫରୁ ବି.ଇ.ଓ ଅଫିସରେ ଯୋଗ ଦେଇଥିବା ନୂତନ ଏ.ବି.ଇ.ଓ ଜଗବନ୍ଧୁ ଜେନା ଏବଂ ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟର ନୂତନ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବି.ଇ.ଓ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଉଭୟଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ା ଅନ୍ୟତମ ଅତିଥି ରୂପେ ବି.ଆର୍.ସି.ସି ହୃଷିକେଶ ସ୍ବାଇଁ ତଥା ଅନ୍ୟତମ ଏ.ବି.ଇ.ଓ ସୂର୍ଯ୍ୟ ନାଇକ ମଧ୍ୟ ମଞ୍ଚାସୀନ ଥିଲେ ା ସି.ଆର୍.ସି.ସି ସଂଘର ସଭାପତି ଭଗବାନ ଭୂୟାଁ, ସଂପାଦକ ନାରାୟଣ ମହାପାତ୍ରଙ୍କ ସମେତ ସମସ୍ତ ଷୋହଳ ଜଣ ସି.ଆର୍.ସି.ସି ଓ ବି.ଇ.ଓ ଅଫିସ ଷ୍ଟାଫ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ଅବସରରେ ଦୀର୍ଘ ଦିନରୁ ଖାଲି ପଡିଥିବା ଦଦରାଲୁଣ୍ଡା କ୍ଳଷ୍ଟରେ ନୂତନ ସି.ଆର୍.ସି.ସି ରୂପେ ଯୋଗ ଦେଇଥିବା କେ. ନବଗୋଛା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ସ୍ବାଗତ କରାଯାଇଥିଲା । ଶେଷରେ ହରିଗଡ ସି.ଆର୍.ସି.ସି ମନୋଜ କୁମାର ପାଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here