ଗଞ୍ଜାମ ଗସ୍ତରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

0
376

ଆସିକା(ଜଗନ୍ନାଥ ସାହୁ) ଭବ୍ୟ ସମ୍ବୋଧନା ସହ ସ୍ୱାଗତ ଜଣାଇଥିଲେ ବିଜେପି କର୍ମୀ l ଆସିକା ବସଷ୍ଟାଣ୍ଡରେ ଶ୍ରୀମତୀ ଅପରଜିତା ଷଡ଼ଙ୍ଗୀ ପହଂଚିବା ପରେ ବିଜେପି ଦଳର ବହୁ ବରିଷ୍ଠ ନେତା ଉପସ୍ଥିତ ରହି ଭବ୍ୟ ସମ୍ବୋଧନା ସହ ସ୍ୱାଗତ ଜଣାଇଥିଲେ l ଆଜି ସକାଳୁ ସକାଳୁ ଆସିକା କଳିଙ୍ଗ ରୋଡ ନିକଟରେ ଚା’ଖଟି କରିଥିଲେ ଅପରାଜିତା ଷଢଙ୍ଗୀ,ବହୁ ଜନସାଧାରଣ ଓ ବୁଦ୍ଧିଜିବୀ ପହଞ୍ଚି ଆସିକା ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ବିଜେପୀ ରାଷ୍ଟ୍ରୀୟ ପ୍ରବକ୍ତାଙ୍କୁ ଜଣାଇଥିଲେ।ଆସିକା ଚିନିଶିଳ୍ପ ଅବ୍ୟବସ୍ଥା,ବନ୍ୟା ସମସ୍ୟା,ଆସିକାକୁ ମୁନିସିପାଲଟି ଓ ସବଡିଭିଜନ କରିବା,ଚିଠିଫଣ୍ଡ ସମସ୍ୟା ଓ ଆସିକା ସହରର ଜମିପଟା ସମ୍ପର୍କିତ ରହିଥିବା ଦୀର୍ଘଦିନର ସମସ୍ୟା ଉପରେ ଦାବୀ ଜଣାଇଥିଲେ ଉପସ୍ଥିତ ଜନସାଧାରଣ।ମା ଖମ୍ବେଶ୍ବରୀଙ୍କ ଦର୍ଶନ ସହିତ ଆସିକାର ବିଭିନ୍ନ ସ୍ଥାନରେ ବୁଲି ଲୋକ ମାନଙ୍କର ସମସ୍ୟା ବୁଝିବା ସହିତ ଅପରାହ୍ଣ ସମୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆସିକା ଅଞ୍ଚଳର ବିଭିନ୍ନ ସମସ୍ୟା ଓ ବିଜେପୀର ଆଗାମୀ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରାଇଥିଲେ।ଉକ୍ତ ଗସ୍ତରେ ବିଜେପି ଦଳ ପକ୍ଷରୁ ଦେବଶିସ ପଣ୍ଡା, ଦେବକାନ୍ତ ଶର୍ମା,ଜୀବନ ସାହୁ,ନିକୁଞ୍ଜ ପଟ୍ଟନାୟକ,ଶ୍ରୀନିବାସ ଭଞ୍ଜ, ଉମାକାନ୍ତ ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତା ମଧ୍ୟ ଉପସ୍ଥିତ ରହିଥିଲେ l

LEAVE A REPLY

Please enter your comment!
Please enter your name here