ଭୁଶୁଡିଲା ଘରର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର

0
273

ବେଲଗୁଣ୍ଠା(ଶିବରାମ ଚୌଧୁରୀ) ଆଜି ଗାଙ୍ଗପୁର ବନ୍ଧ ତଳ ସାହିରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ସମ୍ପୂର୍ଣ୍ଣ ଭାବେ ପଡ଼ିଯାଇଥିବା ବେଳେ ସେହି ବ୍ୟକ୍ତିଙ୍କ ପରିବାର ସଦସ୍ୟ କିନ୍ତୁ ଅଳ୍ପକେ ମୃତାହତ ହେବାରୁ ବର୍ତ୍ତି ଯାଇଛନ୍ତି I ସୂଚନା ଅନୁଯାୟୀ ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ବନ୍ଧ ତଳ ସାହିରେ ସୁଶାନ୍ତ ନାୟକଙ୍କ ଘର I ସୁଶାନ୍ତ ସୁରତ୍ ର ସୁତା କଳରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ଗାଆଁରେ ସୁଶାନ୍ତଙ୍କ ସ୍ତ୍ରୀ ଶିଶୁଳା ,ଝିଅ ପାୟଲ (13) ଏବଂ ପୁଅ ରିତେଶ (10) ଏକ ମାତ୍ର ବଖୁରିଆ ଘରେ ବାସ କରନ୍ତି I ଆଜି ସକାଳେ ଶିଶୁଳା ନିଜ ପୁଅ ଝିଅ ସହ ଘରେ ଖାଇ ବସିଥିବା ବେଳେ ହଠାତ୍ ଘରର ମାଟି କାନ୍ଥଟି ଭୁଶୁଡ଼ି ପଡ଼ିଥିଲା I କିନ୍ତୁ କାନ୍ଥଟି ଘରର ବାହାର ପଟକୁ ପଡିବା ଯୋଗୁଁ ଶିଶୁଳା କିମ୍ବା ତାଙ୍କ ପୁଅ ଝିଅର କୌଣସି କ୍ଷତି ନ ହୋଇ ସେମାନେ ଅଳ୍ପକେ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ I ବର୍ତ୍ତମାନ ଶିଶୁଳା ନିଜ ପୁଅ ଝିଅକୁ ନେଇ ଭୟରେ ପଡ଼ୋଶୀ ଘରେ ଆଶ୍ରୟ ନେଇଛନ୍ତି I ସୁଶାନ୍ତଙ୍କ ପରିବାର ନିହାତି ଗରୀବ ଶ୍ରେଣୀର ହୋଇଥିବାରୁ ପ୍ରାଶାସନ ତରଫରୁ ତାଙ୍କୁ ପକ୍କା ଘରଟିଏ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହୋଇଛି I ଏନେଇ ସ୍ଥାନୀୟ ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କ ପାଇଁ ରନ୍ଧା ଖାଦ୍ୟ ସହ ପଡ଼ୋଶୀ ଘରେ ରାତି ରହିବାର ବ୍ୟବସ୍ଥା କରିଛନ୍ତି I ଏହା ସହ ତହସିଲଦାରଙ୍କ ସହ ଆଲୋଚନା କରି ଆସନ୍ତା କାଲି ପଲିଥିନ୍ ଯୋଗାଇବା ସହ ପ୍ରାଥମିକତା ଭିତ୍ତିରେ ଏକ ପକ୍କା ଘର ଯୋଗାଇଦେବା ପାଇଁ ପ୍ରତିଶୃ୍ତି ପ୍ରଦାନ କରିଛନ୍ତି I

LEAVE A REPLY

Please enter your comment!
Please enter your name here